ହେଡଲାଇନସ୍:

ମାଗଣା କମ୍ପୁଟର ଶିକ୍ଷା ଗ୍ରହଣ କେନ୍ଦ୍ର ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର ରୋଡ/ ଜୟଶଙ୍କର ଦାଶ : ଏନ୍.ସି କଲେଜ ଛକ ସ୍ଥିତ ପେସ୍ କମ୍ପୁଟର ଶିକ୍ଷା କେନ୍ଦ୍ର ଠାରେ ମାଗଣା କମ୍ପୁଟର ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ପୌରପରିଷଦ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, କମ୍ପୁଟର  ଶିକ୍ଷା କେନ୍ଦ୍ର ଠାରେ ପହଂଚି ଏହାର ଶୁଭ ଉଦଘାଟନ କରିବା ସହ ବୈଷୟିକଜ୍ଞାନର ଉପଯୋଗ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ପେସ୍ ର ମୁଖ୍ୟ ସୁଦିପ୍ତ କୁମାର ସାହୁ ମାଟ୍ରିକ ପାସ୍ କରିଥିବା ଯେ କୌଣସି ଛାତ୍ର ଛାତ୍ରୀ ନିଜର ଆଧାର କାଡ ଓ ମାଟ୍ରିକ ପାସ ସାର୍ଟିଫିକେଟ ପ୍ରଦାନ କରି ଏହି କେନ୍ଦ୍ରରେ  ୬ ମାସ ବିନା ମୂଲ୍ୟରେ ତାଲିମ ଓ କମ୍ପୁଟର ଶିକ୍ଷା ନେବେ ବୋଲି ସୂଚନା ଦେଇଥିଲେ । ଏହି ଶିକ୍ଷା କେନ୍ଦ୍ରର ଅନ୍ୟ ଜଣେ ସଦସ୍ୟ ଶ୍ରୀ ପଦ୍ମନାଭ ଦାସ ସୂଚନା ଦେଇଥିଲେ ଯେ  ଶିକ୍ଷା ଗ୍ରହଣ ପରେ କୃତି ଛାତ୍ର ଛାତ୍ରୀଙ୍କୁ ୧୦୦୦ ଟଙ୍କାର ଷ୍ଟାଇପେଣ୍ଡର ବ୍ୟବସ୍ଥା ରହିଛି । ସରକାର ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ କରିଥିବା ଯୋଜନାର ଏହା ଏକ ଅଂଶବିଶେଷ ବୋଲି ସେ ସୂଚନା ଦେଇଥିଲେ । ଗୋଟିଏ ବ୍ୟାଚରେ ୧୨୦ ଜଣ ଛାତ୍ର ଛାତ୍ରୀ ଏହି ଶିକ୍ଷା ଗ୍ରହଣ କରି ପାରିବେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଭଗବାନ ଜେନା, ଶିକ୍ଷକ ମଧୁସୁଦନ ସାହୁ, ସିଦେ୍ଧଶ୍ୱର ବାରିକ, ଆଶିଷ ଚନ୍ଦ୍ର ନାଥଙ୍କ ସମେତ ଶିକ୍ଷା ଆଶାୟୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

 

0
0
0
s2sdefault