ହେଡଲାଇନସ୍:

୬୧ ଜଣ ଏନଡିଆରଏଫ /ଓଡିଆରଏଫ ଯବାନଙ୍କ ସହ ୧୪୬ ନୂଆ ପଜିଟିଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୯୯୮୭ ଚିହ୍ନଟ ହୋଇ ୨,୬୬,୫୯୮ ରେ ପହଁଚିଥିବା ବେଳେ ସାରା ଦେଶରେ ଏଯାବତ  ୭,୪୬୬ ମୃତ୍ୟୁବରଣ କରିଛନ୍ତି |  ଓଡ଼ିଶାରେ ବି ଆଜି ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ରେ ପହଂଚିଛି | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୬ରେ ପହଁଚିଥିବା ବେଳେ   ୧୯୯୩ ଜଣ ଏ ଯାବତ ସୁସ୍ଥ ହୋଇଛନ୍ତି | ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି | 

 ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଲେ ସ୍ଥାନୀୟ ଅଂଚଳରୁ ୯ ଜଣ ଚିହ୍ନଟ ହୋଇଛନ୍ତି | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ଆମ୍ପାନ ସହାୟତା କାର୍ଯ୍ୟ ସାରି  ପଶ୍ଚିମବଙ୍ଗ ଫେରନ୍ତା ୬୧ ଜଣ ଏନଡିଆରଏଫ /ଓଡିଆରଏଫ  ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ୧୯ ଜଣ , ଗଂଜାମ ୧୮ଜଣ , ଜଗତସିଂହପୁରରେ  ୮ଜଣ , ସୁନ୍ଦରଗଡ ଓ  ବାଲେଶ୍ୱରରେ ୭ ଜଣ ଲେଖାଏଁ,  ଦେବଗଡରେ  ୫ଜଣ ,  କଳାହାଣ୍ଡି, ନୟାଗଡ ଓ ମୟୁରଭଞ୍ଜରେ  ୩ଜଣ ଲେଖାଏଁ, କେନ୍ଦୁଝର, କଟକ,  କନ୍ଧମାଳରେ ଓ କେନ୍ଦ୍ରାପଡାରେ ୨ଜଣ ଲେଖାଏଁ , ଢେଙ୍କାନାଳ, ମାଲକାନଗିରି ,ଯାଜପୁର ଓ ବଲାଙ୍ଗୀରରେ ଜଣେ ଲେଖାଏ  ଚିହ୍ନଟ ହୋଇଛନ୍ତି | 

0
0
0
s2sdefault