ନୟାଗଡ଼ (ବିଶ୍ୱଜିତ ନାୟକ ) :କରୋନା ଲଢେଇରେ ସାମିଲ କରୋନା ଯୋଦ୍ଧା ଆକ୍ରାନ୍ତ କରୋନାରେ | ଏଭଳି ଖବର ବିଭିନ୍ନ ଆଡୁ ଆସୁଥିବା ବେଳେ ଅନୁରୂପ ଏକ ଖବର ଆସିଛି ନୟାଗଡ ଜିଲ୍ଲାରୁ | ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ସଦର ହସ୍ପିଟାଲର ସର୍ଜରୀ ବିଭାଗର ଜଣେ ଡାକ୍ତର ଓ ଜଣେ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନେ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ସମ କୋଭିଡି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନୟାଗଡ ସିଡିଏମଓ ଡ଼ ସୁଧାଂଶୁ ଷଢଙ୍ଗି ସୂଚନା ଦେଇଛନ୍ତି | ଯେଉଁ ଡାକ୍ତର ବା ନର୍ସ ଅବା ସ୍ୱାସ୍ଥ୍ୟ କର୍ମଚାରୀମାନେ ସେମାନଙ୍କ ସହ ମିଶିଥିଲେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବା ସହ ସର୍ଜରୀ ୱାର୍ଡକୁ ସାନିଟାଈଜ଼ କରାଯାଇଛି ବୋଲି ଡ଼ ଷଢଙ୍ଗି କହିଛନ୍ତି |