ହେଡଲାଇନସ୍:

ଦେଢ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ; ଦୁଇ ଗିରଫ,ଏକ କାର ସିଜ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ / ବିମଳ କୁମାର ବାଗ : ଆଜି ଭୋରରୁ ପାଟଣାଗଡ ପଟୁ ଯାଉଥିବା ଏକ ୱାଗନର ଗାଡିକୁ ପାଟଣାଗଡ ପୁଲିସ ସନେ୍ଦହରେ ଅଟକାଇ ଥିଲା । ଅଟକ ଗାଡିକୁ ଯାଚଂ କରିବାରୁ ଗଡି ଭିତରୁ ବିପୁଲ ପରିମାଣର ବିଦେଶୀ ମଦ ମିଲିଥିବା ବେଳେ ଦୁଇ ଜଣକୁ ଗିରଫକରି କୋଟ ଚାଲଣ କରିଥିବା ଏକ ସାମ୍ବାଦିକ ସମ୍ମୀଳନିରେ ପାଟଣାଗଡ ଏସଡିପିଓ ସୁରେଶ ନାଏକ ସୂଚନା ଦେଇଛନ୍ତି । 

ପୁଲିସଠାରୁ ମିଲିଥିବା ସୂଚନା ଅନୁସାରେ ଏକ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପାଟଣଗଡ ପୁଲିସର ଏକ ଟିମ ଥାନା ଅଧିକାରିଣୀ କେ ପ୍ରିୟଙ୍କା ରାଉତରାଏଙ୍କ ନେତୃତ୍ୱରେ ଲରମ୍ଭା ପଟୁ ବରପଦର ଦେଇ ଆସୁଥିଲେ । ଠିକ ଏହି ସମୟରେ ରାତ୍ରୀ ପ୍ରାୟ ଅଢେଟା ସମୟରେ ପାଟଣାଗଡ ପଟୁ ସିଜି ୦୪ ଏଚ୍ ୩୯୫୦ ନାମକ ଏକ ୱାଗନର ଗାଡିକୁ ବରପଦର ବ୍ରିଜ ପାଖରେ ଅଟକାଇଥିଲେ । ଏହା ପରେ ଉକ୍ତ ଗାଡିକୁ ପାଟଣାଗଡ ଥାନାକୁ ଆଣିଥିଲେ । ଗାଡି ଭିତରୁ ୩୫ କାଟୁନ କିଙ୍ଗଫିସର ବିଅର ଓ ୫ କାଟୁନ ହଣ୍ଟର ବିଅର ଏପରି ସର୍ବମୋଟ ୩୯୯ ଲିଟର ବିଦେଶୀ ମଦ ଯାହାର କି ଅନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ସହ ସେମାନଙ୍କ ଠାରୁ ଜବତ କରିବା ସହ ତାଙ୍କ ଠାରୁ ୮ ହଜାର ୧ ଶହ ଟଙ୍କା ଓ କାରକୁ ସିଜ୍ କରାଯାଇଥିଲା । ଏହା ସହିତ ନଅଗାଁ ର ଗାଡି ମାଲିକ ଛେଲିଆ ବେହେରା ଓ ଝାରଖଣ୍ଡର ବିମେଲେସ ଯାଦବ କୁ ମଧ୍ୟ ଗିରଫ କରାଯାଇ ଥିଲା । ତେବେ ଆଜି ମଧ୍ୟନ୍ନ ସମୟରେ ଏକ ସାମ୍ବାଦିକ ସମ୍ମୀଳନୀର ଅୟୋଜନ କରି ଛେଲିଆ ବେହେରା ଓ ବିମେଲେସ ୟାଦବଙ୍କୁ କୋର୍ଟ  ଚାଲଣ କରାଯାଇଥିବା ସାମ୍ବାଦିକ ସମ୍ମଳନୀରେ ଥାନା ଅଧିକାରିଣୀ କେ ପ୍ରିୟଙ୍କା ରାଉତରାଏଙ୍କ ଉପସ୍ଥିତିରେ ଏସଡିପିଓ ସୁରେଶ ନାଏକ ସୁଚନା ଦେଇଛନ୍ତି । ତେବେ ବିମେଲେସ ଯାଦବ ଝାରଖଣ୍ଡରୁ ଆସି ପାଟଣାଗଡ ଅଚଂଳରେ ରହି କେତେ ଜଣ ନିଷିଦ୍ଧ ବେପାରୀଙ୍କୁ ପ୍ରତି ଦୁଇ ତିନି ଦିନ ଅନ୍ତରାଳରେ ସେମାନଙ୍କ ପାଖକୁ ବିଦେଶୀ ମଦ ପହଚାଂଉ ଥିବା ଜଣାପଡିଛି । 

 

 

0
0
0
s2sdefault