ହେଡଲାଇନସ୍:

ସଂଘବଦ୍ଧ ଆକ୍ରମଣ ଘଟଣା: ଫେରାର୍ ମୁଖ୍ୟ ଅଭିଯୁକ୍ତ ସଂଜୟ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ /ବିମଳ କୁମାର ବାଗ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବର୍ଥଲା ପଚାଂୟତ ବିଲେଇସାଥୀ ଗାଁରେ ସଂଘ ବଦ୍ଧ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ  ଘଟଣାରେ ଦୀର୍ଘ ପ୍ରାୟ କୋଡିଏ ଦିନ ପରେ ପୁଲିସ ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫକରି ଆଜି ପାଟଣାଗଡ ପୁଲିସ କୋଟ ଚାଲଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବିଲେଇସାଥି ଗାଁର ସଂଜୟ ସାହୁ ବୋଲି ପାଟଣାଗଡ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୁରେଶ ନାଏକ ସୂଚନା ଦେଇଛନ୍ତି । 

ଚୋରା ବାଲିଉଠାଣକୁ କେନ୍ଦ୍ରକରିୁ ନେଇ ସଂଘବଦ୍ଧ ଆକ୍ରମଣ ଘଟଣାରେ ଓମ ପ୍ରକାଶ ବେହେରାଙ୍କ ମୃତୁ୍ୟ ହୋଇଥିଲା । ତାଙ୍କ ସହଯାଗୀ ଧୁମା ମାଝି ଗୁରୁତ୍ୱର ଆହାତ ହୋଇଥିଲେ । ଆହତଙ୍କ ବୟାନ ଏବଂ ତଦନ୍ତ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଂଜୟର ବାପା ଚତୁର୍ଭୁଜ ସାହୁ ଏବଂ ଟ୍ରାକ୍ଟର  ଚାଳକ ରୁଦ୍ରେଶ୍ୱର ଗୁପ୍ତା ଙ୍କୁ ଗତ ୧୬ ତାରିଖ ଦିନ ପୋଲିସ କୋର୍ଟ ଚାଲାଣ କରିଥିଲା । ଯୁବକଙ୍କ ମୃତ୍ୟୁ  ଘଟଣାରେ ଦୀର୍ଘ ପ୍ରାୟ କୋଡିଏ ଦିନ ପରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତ ରାତ୍ରିରେ ପାଟଣାଗଡ ପୁଲିସ ବରଗଡ ଓ ବଲାଙ୍ଗୀର ଜିଲ୍ଲାର ସୀମାରେ ଥିବା ଏକ ଗାଁରୁ ସଂଘବଦ୍ଧ ଘଟଣାର ମୁଖ୍ୟ ଅଭିଯୁକ୍ତ ସଂଜୟ ସାହୁକୁ ପୁଲିସ ଗିରଫ କରି ଆଜି କୋଟ ଚାଲଣ କରିଛି । ଏଥିସହ ଘଟଣାରେ ସମୃକ୍ତ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ ଶିଘ୍ର ଧରା ଯିବ ବୋଲି ଏସଡିପିଓ ଶ୍ରୀ ନାଏକ କହିଛନ୍ତି । 

0
0
0
s2sdefault