ହେଡଲାଇନସ୍:

କଲେଜ୍ ଫି ଛାଡ କରିବାକୁ ଛାତ୍ର  କଂଗ୍ରେସ ର ଦାବି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ ( ଗୌରବ ଦର୍ଜୀ) : ଟିଟିଲାଗଡ଼ ବିଧାନସଭା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରଛାତ୍ରୀଙ୍କ କଲେଜ ଫି ଛାଡ଼ ସହ ତିନିଦଫା ସମ୍ବଳିତ ଏକ ଦାବିପତ୍ର କଲେଜ କପକ୍ଷଙ୍କୁ ପ୍ରଦାନ କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଜ୍ଞାନରଞ୍ଜନ ସରାଫଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଗୁରୁବାର କଲେଜ ଅଧ୍ୟକ୍ଷ ସୁଶୀଳ ପାଢ଼ୀଙ୍କୁ ଦେଖା କରି ଏହି ଦାବିପତ୍ର ଦେଇଥିଲେ । ଆଗାମୀ ଶିକ୍ଷାବର୍ଷ ପର୍ଯ୍ୟନ୍ତ କଲେଜର ସମସ୍ତ ଶୁଳ୍କ ଛାଡ଼ କରିବା , ଷଷ୍ଠ , ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟରର ନିଆ ଯାଇଥିବା ଫି ଫେରସ୍ତ କରିବା , ସମସ୍ତ ସେମିଷ୍ଟର ପରୀକ୍ଷା ବାତିଲ କରିବା ଆଦି ଦାବି କରିଛନ୍ତି। କଲେଜ୍ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନେବା ପରେ ପଦକ୍ଷେପ ନିଆଯିବ ବୋଲି  କଲେଜ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରୁଦ୍ରପ୍ରସାଦ ପୁଞ୍ଜି, ଅଙ୍କିତ ଯୋଶୀ, ସଞ୍ଜୟ ମେହେର, ଶୁଭମ୍ ସାହୁ, ଦୁର୍ଗାପ୍ରସାଦ ସରାଫ ପ୍ରମୁଖ ଉପସ୍ଥିତଥିଲେ ।

0
0
0
s2sdefault