ହେଡଲାଇନସ୍:

ଭିମସାରରେ ନୂତନ ନିର୍ଦ୍ଦେଶକ ଭାବେ ଯୋଗଦେଲେ ପ୍ର.ଲଲିତ କୁମାର ମେହେର।  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ରାଜ୍ୟ ସରକାର ଭିମସାରର ନୂତନ ନିର୍ଦ୍ଦେଶକ ଭାବରେ ପ୍ର.ଲଲିତ କୁମାର ମେହେରଙ୍କୁ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ସେ ବଲାଙ୍ଗୀର ମେଡିକାଲ କଲେଜର ପ୍ରଥମ ଅଧ୍ୟକ୍ଷ ଥିଲେ । ନୂଆକରି ଗଢି ଉଠି ଥିବା ଏହି ମେଡିକାଲ କଲେଜକୁ ଗତ ତିନିବର୍ଷ ମଧ୍ୟରେ ପ୍ରତିଷ୍ଠିତ କରି ପାରିଥିବା ତାଙ୍କର କ୍ଷମତା ଓ ଅନୁଭବକୁ ଆଖିଆଗରେ ରଖି ରାଜ୍ୟ ସରକାର ତାଙ୍କୁ ଏହି ନୂତନ ଦାୟିତ୍ୱ ପାଇଁ ଯୋଗ୍ୟ ମଣିଛନ୍ତି ବୋଲି କୁହାଯାଉଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ସିଙ୍ଗରବନ୍ଦ ଗାଁର ସ୍ୱ ସଦାନନ୍ଦ ମେହେରଙ୍କ ସେ ପୁଅ ଓ ପାଟଣାଗଡରେ ସ୍କୁଲଶିକ୍ଷା ଓ ଯୁକ୍ତ ଦୁଇ ଶିକ୍ଷା ପରେ ସେ ତତ୍କାଳୀନ ବୁର୍ଲା ମେଡିକାଲ କଲେଜ ଓ ବର୍ତ୍ତମାନ ଭିମସାରରୁ ଏମବିବିଏସ ଡିଗ୍ରୀ ହାସଲ କରିଥିଲେ । ବର୍ତ୍ତମାନ ଦୀର୍ଘ ଅନୁଭବ ସହିତ ସେହି ଅନୁଷ୍ଠାନର ନିର୍ଦ୍ଦେଶକ ପଦ କେବଳ ତାଙ୍କ ପାଇଁ କାହିଁକି ଉକ୍ତ ଅନୁଷ୍ଠାନ ପାଇଁ ମଧ୍ୟ ସମ୍ମାନ ଓ ଗୌରବ  ଆଣି ଦେଇଛି ।

0
0
0
s2sdefault