ହେଡଲାଇନସ୍:

ମ୍ୟାଜିକ୍ ପେନ୍ ବ୍ୟବହାର କରି ବାଲି ଚୋରା ଚାଲାଣ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

୭ଟି ବାଲି ବୋଝେଇ ହାଇଭା ଟ୍ରକ୍ ଜବତ, କ୍ୱାରୀ ମାଲିକଙ୍କ ସମେତ ୯ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ): ସୁନ୍ଦରଗଡ଼ ଜିଲ୍ଲା ବଣେଇ, ଗୁରୁଣ୍ଡିଆ ବ୍ରାହ୍ମଣୀ ନଦୀର ନରେନ୍ଦ୍ର ବାଲିଘାଟରୁ  ଚଂଚକତା କରି ଟ୍ରିପ୍ ଟ୍ରିପ୍ ବାଲି ଚୋରାଚାଲାଣ କରୁଥିବା ଏକ  ରାକେଟ ବଡ଼ବିଲ ପୋଲିସ ହାତରେ ଧରାପଡିଛି। ଘଟଣାରୁ ପ୍ରକାଶ ଯେ  ଗତକାଲି ସଂଧ୍ୟାରେ ବଡ଼ବିଲ ଏସଡିପିଓ ସତ୍ୟ ପ୍ରକାଶ ଭୂୟାଁ ତହସିଲ ଅଫିସ ନିକଟରେ ୭ଟି ବାଲି ବୋଝେଇ ଗାଡ଼ିକୁ ଅଟକାଇ ତନଖି କରିବା ସମୟରେ ଏହି ଗାଡି ସବୁର ଟ୍ରାଞ୍ଜିଟ ପାସ ନକଲି ଥିବା ସନ୍ଦେହ କରିଥିଲେ। ଏହି ଘଟଣାର ଛାନଭିନ୍ କରିବା ପରେ ବ୍ୟବହୃତ ସମସ୍ତ  ଟ୍ରାଞ୍ଜିଟ ପାସ ନକଲି ଥିବା ଓ ଏଥିରେ  ମ୍ୟାଜିକ ପେନ ଦ୍ୱାରା ଲେଖାଯାଇଥିବା ଜଣା ପଡିଥିଲା। ଘଟଣାର ତଦନ୍ତ କରି ପୋଲିସ ୯ ଜଣଙ୍କୁ ଗିରଫ୍ କରିବା ସହ ୭ଟି ବାଲି ବୋଝେଇ ହାଇଭା ଟ୍ରକ୍‌, ମ୍ୟାଜିକ୍ ପେନ୍‌, ଲାଇଟର ଓ ଟ୍ରାଞ୍ଜିଟ୍ ପାସ୍ ଜବତ୍ କରିଛି । ଗିରଫ୍ ମାନଙ୍କ ମଧ୍ୟରେ ବାଲିଘାଟ ଠିକାଦାର ରାଜାମୁଣ୍ଡା ଅଂଚଳର ମାଧବ ଚନ୍ଦ୍ର ମାଝି, ମ୍ୟାନେଜର ଧର୍ମପଦ ସାହୁ ଓ ୭ଜଣ ହାଇଭା ଡ୍ରାଇଭର ରହିଛନ୍ତି । କିପରି ଭାବେ ମ୍ୟାଜିକ ପେନ୍ ଦ୍ୱାରା ଟ୍ରାଞ୍ଜିଟ୍ ପାସରେ ଲେଖାଯାଉଛି ଏବଂ ସେହି ଲେଖାକୁ ପରବର୍ତି ସମୟରେ ଲାଇଟର ସାହାଯ୍ୟରେ ଲିଭାଇ ଦିଆଯାଉଛି ଆଜି ବଡ଼ବିଲ ଥାନାରେ  ତାହାର ଡେମୋ କରି ଦେଖାଇଛନ୍ତି ବାଲିଘାଟର ମ୍ୟାନେଜର ଧର୍ମପଦ ସାହୁ। ଏହିପରି ଗୋଟିଏ ଟ୍ରାଞ୍ଜିଟ୍ ପାସକୁ ବାରମ୍ବାର ବ୍ୟବହାର କରାଯାଇ ବାଲି ଚୋରା ଚାଲାଣ ହୋଇଆସୁଥିଲା । ତେବେ ବାଲିଘାଟ ଠିକାଦାର ମାଧବ ଚନ୍ଦ୍ର ମାଝି ଏ ସଂପର୍କରେ କିଛି ଜାଣି ନଥିବା କହିଛନ୍ତି। ଘଟଣାରେ ସଂପୃକ୍ତ ୯ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

0
0
0
s2sdefault