ହେଡଲାଇନସ୍:

ବେଂଟକାର ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ପିପି କିଟ୍ ପ୍ରଦାନ କଲେ ବିଜେପି ନେତା ଦିଲୀପ ମଲ୍ଲିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ / ସ୍ୱତନ୍ତ୍ର ପ୍ରତିନିଧି :  କରୋନା ଯୋଦ୍ଧା  ଡାକ୍ତର, ନର୍ସଙ୍କ ବ୍ୟବହାର ନିମନ୍ତେ କଟକ ସଦର ବ୍ଲକ ଅନ୍ତର୍ଗତ ବୟାଳିଶ ମୌଜାସ୍ଥିତ ବେଂଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି କିଛି ପିପି କିଟ୍, କଟନ ମାସ୍କ ଓ ସାନିଟାଇଜର ପ୍ରଦାନ କରିଛନ୍ତି । କଟକ ସଦର ବିଜେପି ନେତା ତଥା ରାଜ୍ୟ ସମ୍ପାଦକ ଦିଲୀପ ମଲ୍ଲିକ । ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ  ଡାକ୍ତରମାନେ ଉପସ୍ଥିତ ରହି ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ସବୁକୁ ଗ୍ରହଣ କରିଥିବାରୁ ସେଠାରେ ଉପସ୍ଥିତ ବିଜେପିର ର ବୟାଳିଶ ମୌଜା ମଣ୍ଡଳ ସଭାତି ପିୟୁଷ ରଂଜନ ପରିଡ଼ା, ଯୁବ ମୋର୍ଚ୍ଚା ନେତା ବିଶ୍ୱଜିତ୍ ଭୋଳ, ଆଲୋକ ଚନ୍ଦ୍ର ମହାନ୍ତି ଓ ଦିବ୍ୟ ଜ୍ୟୋତି ଲେଙ୍କା ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ । ବେଂଟକାର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଟିମ୍ କଟକ ସଦର ବ୍ଲକର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତଦାରଖ କରୁଥିବା ଏବଂ ସ୍ୱାବ ସଂଗ୍ରହ କରୁଥିବା କାରଣରୁ ଏହ ପିିପି କିଟ୍ ଓ ସାନିଟାଇଜର କାର୍ଯ୍ୟରେ ଆସିବ ବୋଲି ଶ୍ରୀ ମଲ୍ଲିକ ଆଶାବ୍ୟକ୍ତ କରିଛନ୍ତି  । ଏଥିପାଇଁ ଡାକ୍ତରମାନେ ଶ୍ରୀ ମଲ୍ଲିକଙ୍କୁ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault