ହେଡଲାଇନସ୍:

ରାଇସ ମିଲର୍ସଙ୍କ ମନମାନି, ମଣ୍ଡିରୁ ଧାନ ଉଠୁନି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ କୁମାର ପୁରୋହିତ) ; ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ବସ୍ତା ବସ୍ତା ଧାନ ପଡି ରହିଛି । ମିଲର୍ସଙ୍କ ମନମାନି ଯୋଗୁଁ ଧାନ ନ ଉଠୁଥିବା ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଧାନ ବସ୍ତା ସବୁ ବର୍ଷାରେ ଭିଜି ନଷ୍ଟ ହେଉଥିବାର ଚାଷୀ ଅଭିଯୋଗ କରିଛନ୍ତି । 

ସଦର ବ୍ଲକ ଅନ୍ତର୍ଗତ ସାହିପଲା ମଣ୍ଡିରେ ଧାନ ସଂଗ୍ରହରେ ଅଚଳା ଅବସ୍ଥା ଦେଖା ଦେଇଛି । ମଣ୍ଡିରେ ପ୍ରାୟତଃ ୪ ହଜାର ରୁ ଅଧିକ ଧାନ ବସ୍ତା ପଡି ରହିଛି । ୩୮ ଜଣ ଚାଷୀ ଙ୍କର ଟୋକନ ସହ କିଛି ଚାଷୀ ବିନା ଟୋକନରେ ବି ଧାନ ପକାଇଛନ୍ତି ବୋଲି ପେକ୍ସ୍୍ ସେକ୍ରେଟେରୀ ସୂଚନା ଦେଇଛନ୍ତି । ଧାନ ଉଠାଇବା ପାଇଁ ୩ ଟି ରାଇସ୍ ମିଲର୍ସ ଯଥା ଜୟ ନାନେଶ ଚାଉଳ ଉଦ୍ୟୋଗ, ଶିବ ଶଙ୍କର ଏବଂ ଗୁରୁନାନକ ରାଇସ ମିଲ୍୍ କୁ ଅନୁମତି ମିଳିଛି । କିନ୍ତୁ ମିଲର୍ସ ଙ୍କ ମନମାନି କ୍ରମେ ଗାଡି ନ ଆସୁଥିବାରୁ ଧାନ ଉଠି ପାରୁ ନାହିଁ । ଯେଉଁଥି ପାଇଁ କି ଚିଷୀ ନିଜ ପରିଶ୍ରମ ର ଧାନ ବିକିବା କୁ ନେଇ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ନୂଆପଡାର ଧାନ ମଣ୍ଡିରେ ବରଗଡ ଜିଲ୍ଲାର ରାଇସ ମିଲର୍ସ ସୁରୁଖୁରରେ ଧାନ ଉଠାଉଥିବା ବେଳେ ସଦର ବ୍ଲକ ଅନ୍ତର୍ଗତ ରାଇସ ମିଲର୍ସ ନିଜର ମନମାନି କରୁଥିବାର ଅଭିଯୋଗ ଆସୁଅଛି । ଚାଷୀଙ୍କ ଅଭିଯୋଗ ଅନୁସାରେ ପ୍ରଶାସନ ମଧ୍ୟ କୈାଣସି ପ୍ରକାରର ଅଭିଯୋଗ ଶୁଣିବାର ଚ୍ୟେଷ୍ଟା କରୁନାହିଁ । ଯେହେତୁ ଆମେ ବରଗଡ ଜିଲ୍ଲାର ସିମାନ୍ତରେ ଥିବାରୁ ଆମକୁ ମଧ୍ୟ ବରଗଡ ରାଇସ ମିଲର୍ସକୁ ଧାନ କିଣିବା ପାଇଁ ଅନୁମତି ଦିଆଯାଉ ବୋଲି ଚାଷୀମାନେ ଦାବି କରୁଛନ୍ତି ।   

ଚାଷୀର ପରିଶ୍ରମର ଧାନ ବିକ୍ରୟର ଉଚିତ ମୂଲ୍ୟ କିପରି ଚାଷୀ ପାଇବ ତା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରୁଛନ୍ତି । କିନ୍ତୁ ପ୍ରକୃତରେ ଚାଷୀ ନିଜର ପରିଶ୍ରମର ମୂଲ୍ୟ ପାଇବା ପାଇଁ କେତେଯେ ହଇରାଣ ହରକତ ହଉଛି ତାହା ଧାନ ମଣ୍ଡିରେ ବର୍ଷାରେ ଭିଜୁଥିବା ଧାନ ଓ ତାକୁ କମ୍ ଦରରେ ବିକିବାକୁ ଚିନ୍ତା କରୁଥିବା ଚାଷୀକୁ ଦେଖିଲେ ଜଣା ପଡିଯିବ ।

0
0
0
s2sdefault