ହେଡଲାଇନସ୍:

ବିଶ୍ବ ପରିବେଶ ଦିବସରେ ଓଡ଼ଗାଁ ବନାଞ୍ଚଳକୁ ମିଳିଛି ବଡ଼ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ବିଶ୍ବ ପରିବେଶ ଦିବସରେ ଓଡ଼ଗାଁ ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା ।  ବିଶେଷ ସୂତ୍ରରୁ ଖବର ପାଇ  ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ବନପାଳ ଜ୍ୟୋତିରଞ୍ଜନ ମାନସିଂହ ଓ ଅନ୍ୟମାନଙ୍କ ସହିତ  ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥର ନାଉଖାଲ ନିକଟରେ ପୂର୍ବରୁ ଜଗି ରହିଥିଲେ । ଗୁରବାର ବିଳମ୍ବିତ ରାତିରେ ଓ ଆର ୦୨ ଏ ୮୭୬୫ ନମ୍ବର ବିଶିଷ୍ଟ ଏକ ୪୦୭ ରେ ଶାଳ ଲଗ ବୋଝେଇ ହୋଇ ଆସୁଥିବା ଗାଡିଟିକୁ ପିଛା କରି  ଜବତ କରିଥିବା ବେଳେ ଚାଳକ ଚମ୍ପଟ ମାରିଥିବା ଜଣାଯାଇଛି ।ପରେ  ଜବତ ଗାଡିକୁ ଓଡ଼ଗାଁ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ଜବତ ଶାଳ ଲଗର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାଯାଇଛି । ସୂଚନା ଥାଉକି ୫ଦିନ ପୂର୍ବରୁ ଗତ ୩୧/୫ ରବିବାର ଦିନ ୨ଟି ସ୍ଥାନରେ ଚଢାଉ କରି କାଠ ବୋଝେଇ ଗୋଟିଏ ପିକ୍ ଅପଭ୍ୟାନ ଓ ବହୁ ମୂଲ୍ୟବାନ କାଠପଟା ଜବତ କରି ଓଡ଼ଗାଁ ବନ ବିଭାଗ ସଫଳତା ହାସଲ କରିଥିଲେ ।

0
0
0
s2sdefault