ଅବହେଳା କରୁଥିବା ଠିକାଦାର ପ୍ରତି କିଏ ଦେଖାଉଛି ଅନୁକମ୍ପା !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଞ୍ଚବର୍ଷ ହେଲା ସରୁନି ନିର୍ମାଣ : ଅନ୍ଧାରରେ ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ବରଗଡ :- ରାଜ୍ୟର ମେଧାବୀ ଗରିବ ଛାତ୍ର ମାନଙ୍କର ଉଜ୍ବଳ ଭବିଷ୍ୟତ ଗଢିବା ପାଇଁ ରାଜ୍ୟ ସରକାରଙ୍କର ମହତ୍ଵକାଂକ୍ଷୀ ଯୋଜନା ଆଦର୍ଶ ବିଦ୍ୟାଳୟ । ରାଜ୍ୟର ପ୍ରତ୍ୟେକ ବ୍ଲକରେ ଖୋଲା ହେବାରେ ଲାଗିଛି ଏହି ଆଦର୍ଶ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ଛାତ୍ରାବାସର ବ୍ୟବସ୍ଥା ମଧ୍ୟ ଅଛି । ଗୋଟିଏ ବାକ୍ୟରେ କହିବାକୁ ଗଲେ ଆଦର୍ଶ ବିଦ୍ୟାଳୟ ଛୁଆ ମାନଙ୍କର ଭବିଷ୍ୟତ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଙ୍କର ଦ୍ୱାରା କରଯାଇଥିବା ଏକ ସଫଳ ପ୍ରୟାସ । ଏହି କ୍ରମରେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବା ସହିତ ଏହି ବିଦ୍ୟାଳୟ ଗୁଡିକରେ ପାଠପଢା ମଧ୍ୟ ଆରମ୍ଭ ହେଇ ଗଲାଣି । ହେଲେ ଦୁର୍ଭାଗ୍ୟ ର ବିଷୟ ଯେ ଜିଲ୍ଲାର ଝାରବନ୍ଧ ବ୍ଲକ ର କୋମଳ ମତି ଛୁଆ ମାନେ ରାଜ୍ୟ ସରକାରଙ୍କ ଏହି ମହତ୍ଵ ପୁର୍ଣ ଯୋଜନାରୁ ଲାଭ ପାଇବା ପରିବର୍ତେ କ୍ଷତି ସହୁଛନ୍ତି । କଥାଟି ହେଲା ଗତ 2015 ମସିହା ଅଗଷ୍ଟ ମାସ 4 ତାରିଖ ଦିନ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାଦାର ରଜନୀକାନ୍ତ ମିଶ୍ର ଙ୍କର ମଧ୍ୟରେ ଏକ କୋଟି ପଂଚସ୍ଥରି ଲକ୍ଷ ଟଙ୍କା ବ୍ୟୟରେ ଝାରବନ୍ଧ ବଳିଢିପାରେ ଆଦର୍ଶ ବିଦ୍ୟାଳୟର  ଛାତ୍ରାବାସ ନିର୍ମାଣ ପାଇଁ ଚୁକ୍ତିନାମା ହେଇଥିଲା |  ସରକାରଙ୍କର ନିୟମ ମୁତାବକ ଓ ଚୁକ୍ତି ଅନୁସାରେ ଏହି ନିର୍ମାଣ କାର୍ଯ୍ୟ  ବର୍ଷେ ଅର୍ଥାତ ଅଗଷ୍ଟ 2016 ସୁଦ୍ଧା ସମ୍ପୂର୍ଣ୍ଣ ହେବା କଥା । ହେଲେ ଦୁର୍ଭାଗ୍ୟର କଥା ଯେ ଠିକାଦାର ଙ୍କର ଖମଖିଆଳି ମନୋଭାବ  ଉକ୍ତ କାମ ବର୍ଷେ କଣ ଆଜି କୁ ପାଞ୍ଚ ବର୍ଷ ହେଲା ସମ୍ପୁର୍ଣ୍ଣ ହେଇ ପାରିନାହିଁ । ନିର୍ମାଣାଧୀନ ଏହି କୋଠା ଘରଟି ବର୍ତମାନ ଅସାମାଜିକ ବକ୍ତି ମାନଙ୍କର ଅଡ୍ଡାସ୍ଥଳୀ । ଲୋକଙ୍କ ମୁଖରୁ ଶୁଣିବାକୁ ମିଳୁଛି ଯେ ପ୍ରତ୍ୟେକ ଦିନ ଏହି ସ୍ଥାନରେ ନିଶା କାରବାର ଏବଂ ଅନ୍ୟାନ୍ୟ ସବୁ ପ୍ରକାର ଅସାମାଜିକ କାର୍ଯକଳାପ ହେଇଥାଏ । 

      ମୁଖ୍ୟ ବିଷୟ ହେଲା ଏହି ଝାରବନ୍ଧ ବ୍ଲକରୁ ଶହେରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ସୁଦୂର ପାଇକମାଲ ର ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର କୁ ଯାଇଥାନ୍ତି । ଯାହା ଫଳରେ ସେମାନଙ୍କୁ ପ୍ରତ୍ୟେକ ଦିନ 2 ରୁ ଚାରି ଘଣ୍ଟା ଯାତ୍ରା ପାଇଁ ବର୍ବାଦ ହେଉଥିବା ବେଳେ ଅଭିଭାବକ ମାନଙ୍କୁ ପ୍ରଚୁର ଆର୍ଥିକ କ୍ଷତି ସହିବାକୁ ପଡୁଛି । ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ମହତ୍ୱପୂର୍ଣ୍ଣ ଯୋଜନା ଝାରବନ୍ଧ ଅଂଚଳର କୁନିକୁନି ଛୁଆ ମାନଙ୍କୁ ଖୁସି ଦେବା ପରିବର୍ତେ ଶିକ୍ଷା ନ ମିଳିବାରୁ ଦୁଃଖିତ । ଶୁଣିବାକୁ ମିଳୁଛି ଯେ ଏହି କାମ କରୁଥିବା ଠିକାଦାର ରଜନୀକାନ୍ତ ମିଶ୍ର କାମ ପାଇବା ପରେ ଏହି କମଟିକୁ ଅନ୍ୟ ଜଣେ ଲୋକକୁ ବିକ୍ରି କରି ଦେଇଥିଲା । ବର୍ତମାନ ଏହି ପ୍ରଜେକ୍ଟ ର କେହି ମାଁ ବାପା ନଥିଲା ଭଳି ଲାଗୁଛି । ବିଭାଗର କେଉଁ je କିମ୍ବା SDO ଏହି କାମର ତଦାରଖ କରୁଛନ୍ତି ତାହା ବି କାହାରିକୁ ଜଣା ନାହିଁ । 

    ଝାରବନ୍ଧ ଅଞ୍ଚଳ ର ଜନସାଧାରଣ  ଦାବି କରିଛନ୍ତି ଯେ ରାଜ୍ୟ ସରକାର ତୁରନ୍ତ ଏହି ଘଟଣା ଉପରେ ଠିକାଦାର ଙ୍କର ଉପରେ ଦୃଡ଼ କାର୍ଯନୁଷ୍ଠାନ ଗ୍ରହଣ କରି ତୁରନ୍ତ ଏହି ପ୍ରୋଜେକ୍ଟ ଟିକୁ ସମ୍ପୂର୍ଣ୍ଣ କରି ଅଞ୍ଚଳ ର ଛୁଆ ମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସ୍ୱପ୍ନ କୁ ସାକାର କରନ୍ତୁ ନଚେତ ଆଗାମୀ ଦିନରେ ଜନତା ରାଜରାସ୍ତାରେ ପ୍ରତିବାଦ କରିବାକୁ ବାଧ୍ୟ ହେବେ ।

0
0
0
s2sdefault