ଭକତଙ୍କୁ କରୋନା ଦଣ୍ଡ : ସ୍ନାନ ବେଦିରେ ତିନି ଠାକୁର, ଶୂନ୍ୟ ବଡଦାଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭକ୍ତ ବିନା , ସ୍ନାନ କରୁଛନ୍ତି ଭକତ ରଂକୁଣା 

ପୁରୀ(ସ୍ୱତନ୍ତ୍ର ପ୍ରତିନିଧି) : ବିନା ଭକ୍ତରେ ସ୍ନାନ ମଣ୍ଡପରେ କାଳିଆ ଠାକୁର | ଚାଲିଛି ପବିତ୍ର ସ୍ନାନ ପ୍ରକ୍ରିୟା | ହେଲେ ସାମନାରେ ସେବାୟତଙ୍କ ଛଡା ଭକତ ରଂକୁଣା ଭାବ କାଙ୍ଗାଳ କାଳିଆ ଠାକୁର ଆଜି ସାମନାରେ ଜଣେ ବି ଶ୍ରଦ୍ଧାଳୁ ନାହାନ୍ତି | ଭକ୍ତ ବତ୍ସଳ କାଳିଆ ଠାକୁର ଆଖି ଆଗରେ ଶୂନ୍ୟ ବଡଦାଣ୍ଡ | ଦୂରରୁ ଦିଶୁଛି ଶ୍ରୀମନ୍ଦିର ନେତ, ନେତକୁ ନିରେଖି ଝୁରୁଛି ଭକତ | ଦିମାସ ହେଲା ଦର୍ଶନ ମିଳିନି | ଆଜି ବି ମିଳିଲାନି କାଳିଆ ଠାକୁରଙ୍କ ଦେଖାହେଲାନି | ଭକତ ମୁହଁରେ ଏବେ ଖାଲି ଗୋଟିଏ କଥା " କଣ କଲୁରେ କରୋନା, ସ୍ନାନ ବେଦିରେ କାଳିଆ ଠାକୁର ସ୍ନାନ କରୁଛନ୍ତି ଭକତ ବିନା !!" 

ଘରେ ବସି ଟିଭି ପରଦାରେ ଶ୍ରଦ୍ଧାଳୁ ଦେଖୁଛି  ଶ୍ରୀମନ୍ଦିର ପରିସରରେ ଚାଲିଛି ବହୁ ପ୍ରତିକ୍ଷିତ ଆଉ ପବିତ୍ର ସ୍ନାହାନ ବିଧି | ରତ୍ନ ସିଂହାସନରୁ ଆସି  ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା ସ୍ନାନଯାତ୍ରାର ନୀତିକାନ୍ତି  । ସୂଚନା ଅନୁଯାୟୀ ରାତି ୧.୨୫ ରେ ମଙ୍ଗଳାର୍ପଣ ହୋଇ ୧ଟା ୪୦ରେ ପହଣ୍ଡି ଆରମ୍ଭ ହୋଇଥିଲା ।  ରାତି ୩ଟା ୧୦ରେ ପହଣ୍ଡି ବିଜେ ସାରିବା ପରେ ବିଜେ ହୋଇଥିଲେ ମଦନମୋହନ |  ଭୋର ୪ଟା ୨୦ରେ ମଙ୍ଗଳ ଆଳତି , ୪ଟା ୩୫ ରେ ମଇଲମ ଓ ତଡ଼ପଲାଗି ଏବଂ ଭୋର ୪ଟା ୫୦ ରେ ସାରିଥିଲା ଶ୍ରୀଜୀଉଙ୍କ  ଅଧର ପୋଛା ନୀତି |  ୫.୩୦ ରେ ଅବକାଶ, ୫.୪୦ରେ ରୋଷହୋମ ଓ ୫.୫୫ ରେ ବେଶ ଶେଷ ହୋଇଥିଲା । ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପରେ ଏବେ ଜଳ ବିଜେ ନୀତି ଚାଲିଛି । ଗରାବଡୁ ସେବାୟତଙ୍କ ଦ୍ୱାରା ଚାଲିଛି ଏହି ନୀତି । ଛେରାପହଁରା ନୀତି ଏବଂ ମଧ୍ୟାହ୍ନରେ ଶ୍ରୀଜୀଉଙ୍କର ହାତୀବେଶ ହେବା ପରେ ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ହେବ ବାହୁଡ଼ା ପହଣ୍ଡି  । 

0
0
0
s2sdefault