ହେଡଲାଇନସ୍:

ଆଉ ୧୩୦ ଜଣ କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଉ ଜଣକର ଜୀବନ ଗଲା, ମୃତ୍ୟୁ ସଂଖ୍ୟା ହେଲା ୮ 

ଭୁବନେଶ୍ୱର :  ରାଜ୍ୟରେ ଆଉ ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪ ଜଣ ଓ ବାହାରୁ ୬ ଜଣ ଚିହ୍ନଟ ହୋଇଛନ୍ତି |  ଫଳରେ ରାଜ୍ୟରେ ମୋଟ  କରୋନା ପଜିଟିଭ ସଂଖ୍ୟା ୨୬୦୮ରେ ପହଂଚିଛି | ସର୍ବାଧିକ କଟକରୁ ୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋରଧା ଓ ମୟୁରଭଞ୍ଜରୁ ୨୨ ଜଣ ଲେଖାଏ , ଗଜପତି ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏ, କୋରାପୁଟ ୬, ପୁରୀରେ ଜଣେ, ରାୟଗଡାରେ ଜଣେ, ଯାଜପୁରରେ ୩ଜଣ ଜଗତସିଂହପୁରରେ  ୧, ଅନୁଗୁଳରେ ଜଣେ,  ବରଗଡରେରେ  ୪ ଜଣ, ଢେଙ୍କାନାଳରେ ଦି ଜଣ, ବଲାଙ୍ଗୀରରେ ୩ଜଣ ଭଦ୍ରକରେ ୪ ଜଣ,  କେନ୍ଦୁଝରରେ ୨, କନ୍ଧମାଳରେ ୩ ଜଣ, କଳାହାଣ୍ଡିରେ  ୩ଜଣ, ଗଞ୍ଜାମରେ ୧୨ଜଣ, ସୋନେପୁରରେ ଜଣେ, କେନ୍ଦ୍ରାପଡାରେ  ୨ଜଣ ସାମିଲ ଥିବା ଜଣ ପଡିଛି | 

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧୭ ପହଁଚିଥିବା ବେଳେ ଗତକାଲିର ୬୫ ଜଣଙ୍କୁ ମିଶାଇ ସୁସ୍ଥ ହୋଇଛନ୍ତି ୧,୪୮୧ଜଣ |  ଆଉ ଜଣକର ଜୀବନ ଗଲା ଏହି କରୋନା ରୋଗରେ, ମୃତ୍ୟୁ ସଂଖ୍ୟା ହେଲା ୮ ରେ | 

0
0
0
s2sdefault