ହେଡଲାଇନସ୍:

କେନ୍ଦ୍ର ବିଦେଶ ମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସି ରହିଥିବା ଓଡ଼ିଆମାନଙ୍କୁ ସିଧା ଭୁବନେଶ୍ୱର ଆଣିବା ପାଇଁ କଲେ  ଅନୁରୋଧ 

ନୂଆଦିଲ୍ଲୀ/ଭୁବନେଶ୍ୱର : ବିଭିନ୍ନ ଦେଶରେ ଫସି ରହିଥିବା ଓଡ଼ିଆମାନଙ୍କୁ ସେ ଦେଶରୁ ସିଧା ଭୁବନେଶ୍ୱରକୁ ଆଣିବା ପାଇଁ ବିଦେଶମନ୍ତ୍ରୀ ଡା. ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦି ସିଂ ପୁରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ  ତାଙ୍କ ପତ୍ରରେ ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସି ରହିଥିବା ଓଡ଼ିଆମାନେ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ବିମାନ ସେବାର ବିଶେଷ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ସବୁ ଦେଶର ବିଭିନ୍ନ ସହର ଯଥା ଦୁବାଇ, ଦୋହା, ଦାମ୍ମମ, ମାସ୍କୋଟ, ବାହରିନ୍, କଲମ୍ବୋ ଏବଂ ଇଂଲଣ୍ଡରୁ ସିଧା ଭୁବନେଶ୍ୱରକୁ ବିମାନ ବ୍ୟବସ୍ଥା କରି ଓଡ଼ିଆମାନଙ୍କୁ ସ୍ୱଦେଶ ଫେରେଇ ଆଣିବା  ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି କରୋନା ସମୟରେ ଭାରତ ସରକାରଙ୍କ ବନ୍ଦେ  ଭାରତ ମିଶନ ବିଦେଶରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ, ଛାତ୍ର ଓ ପ୍ରଫେସନାଲମାନଙ୍କୁ ସ୍ୱଦେଶ ଫେରେଇ ଆଣିବାକୁ ଗୁରୁତ୍ୱୂର୍ଣ୍ଣ ଭୂମିକା ନେଇଛି ।

0
0
0
s2sdefault