ପଜିଟିଭ ସଂଖ୍ୟା ୨୭କୁ ବୃଦ୍ଧି, ଜିଲ୍ଲାରେ ସକ୍ରିୟ ସଂଖ୍ୟା ୧୩ ଓ ସୁସ୍ଥ ହୋଇଥିବା ସଂଖ୍ୟା ୧୪
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୁଳିଆପଦା ବ୍ଲକ ଅଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ୪୪ ବର୍ଷ ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୭ରେ ପହଁଞ୍ଚିଛି । କରୋନା ପଜିଟିଭ ଆକ୍ରାନ୍ତ ଦିଲ୍ଲୀରୁ ଫେରି ସିଧାସଳଖ ସଙ୍ଗରୋଧ ଗୃହରେ ରହିଥିଲେ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂଖ୍ୟା ୧୩ ରହିଥିବାର ଜଣାପଡ଼ିଛି ।