ହେଡଲାଇନସ୍:

ଆହା କି ବ୍ୟବସ୍ଥା ବିଉଟିଫୁଲ , ଟିକିଏ ବର୍ଷାପବନ ହେଲେ ବିଜୁଳି ଏଠି ଗୁଲ !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କମ୍ପାନୀ ପରେ କମ୍ପାନୀ ବଦଳୁଛନ୍ତି, ବଦଳୁନି ଓଡଗାଁବାସୀଙ୍କ ଭାଗ୍ୟରେଖା ବିଲକୁଲ  

୮ଘଂଟାରୁ ଉର୍ଦ୍ଧ ସମୟ ଧରି ଓଡ଼ଗାଁ ଅଂଚଳ ବିଦ୍ୟୁତ ଯୋଗାଣରୁ ବିଛିନ୍ନ, କେବେ ହେବା ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ ସ୍ଥାପନ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  ନିରବଛିନ୍ନ ଭାବେ ଉନ୍ନତ ମାନର ବିଦ୍ୟୁତ ଯୋଗାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବିଦ୍ୟୁତ ଯୋଗାଣକାରୀ କମ୍ପାନିମାନଙ୍କୁ କିଛିଦିନ ଅନ୍ତରରେ ବଦଳାଯାଉଛି । କେନ୍ଦ୍ରାଚଂଳକୁ ବିଦ୍ୟୁତ ଯୋଗାଣ ପାଇଁ  ଦାୟିତ୍ୱ ନେଇଥିବା ସେସୁ ବଦଳରେ ଏବେ ଚଳିତ ମାସ ୧ ତାରିଖରୁ ଟାଟା ପାୱାର  କମ୍ପାନି ବିଧିବଦ୍ଧଭାବେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ନେଇଛି । ବିଦ୍ୟୁତ ଯୋଗାଣକାରୀ କମ୍ପାନିମାନେ ସିନା ବଦଳୁଛନ୍ତି, ହେଲେ ଓଡ଼ଗାଁ ଅଂଚଳବାସୀ ସବୁବେଳେ ନିରବଛିନ୍ନ ବିଦ୍ୟୁତ ଯୋଗାଣରୁ ବଂଚିତ ହେଉଛନ୍ତି । ସମାନ୍ୟ ବର୍ଷା ପବନ କାରଣରୁ ବିଦ୍ୟୁତ ଚାଲିଗଲେ ଦିର୍ଘ ସମୟ ଧରି ଫେରେନାହିଁ । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୟରେ ସମସ୍ତେ ଆନ୍ତଙ୍କିତ । ଓଡ଼ଗାଁକୁ ଏନଏସି ଘୋଷଣା ହେବାର ଅନେକ ଦିନ ବିତିଗଲାଣି । ଏଠାରେ ସହରୀ ସୁବିଧା ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରାଯାଉଥିଲେ ମଧ୍ୟ ପୁରୁଣା ଖମ୍ବ ଓ ତାର ଯୋଗେ ବିଦ୍ୟୁତ ଯୋଗାଣ ଯୋଗୁଁ ଓଡ଼ଗାଁ ଏନଏସି ମଧ୍ୟ ବହୁସମୟ ଅନ୍ଧାରରେ ରହେ । ବାତ୍ୟା ଆମ୍ପନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାର ୪ଟି ଜିଲ୍ଲାକୁ ୨୪ଘଂଟା ମଧ୍ୟରେ ସରକାର ବିଦ୍ୟୁତ ଯୋଗାଣ ସ୍ୱଭାବିକ କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ହେଲେ ସାମାନ୍ୟ ବର୍ଷା ପବନରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତର କୈାଣସି ସମାଧାନ ନହେବା ସ୍ଥାନୀୟ ଅଂଚଳର ଉପଭୋକ୍ତା ମାନଙ୍କ ମଧ୍ୟରେ ଅଶନ୍ତୋଷ ବୃଦ୍ଧିପାଇଛି । ଦିର୍ଘ ୫୦ବର୍ଷରୁ ଉର୍ଧ୍ଵ କାଳ ଧରି ନୟାଗଡରୁ ଓଡ଼ଗାଁ ଆସିଥିବା ୩୩କେଭି ଲାଇନକୁ ଉନ୍ନତି କରଣ କରିବା ତ ଦୁରର କଥା ସମୟ ଅନୁସାରେ ସଠିକ୍ ଭାବେ ଡାଳକଟା ଯାଉନାହିଁ କି ମରାମତ କରାଯାଉନାହିଁ । ଏହି ବାବଦରେ ଆସୁଥିବା ଅର୍ଥ ବ୍ୟୟକୁ ନେଇ ସାଧାରଣରେ ସନ୍ଦେହ  ପ୍ରକାଶ ପାଇଛି । ଏପରିକି ରାଜପାଟଣା ଗ୍ରୀଡରୁ ବିଦ୍ୟୁତ ଯୋଗାଣ ଆରମ୍ଭ ହେବା ପରେ ୩୩କେଭି ଲାଇନକୁ ନବୀକରଣ କରିବାର ବ୍ୟବସ୍ଥା ଥିଲା । ପରବର୍ତି ସମୟରେ ତାହା ଚାପରେ ଚେପାହୋଇଗଲା । ଦୁର୍ବଳ ହୋଇ ପଡିଥିବା ଏହି ୩୩କେଭି ଲାଇନର ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ ଯନ୍ତ୍ରାଶ ଏବଂ କର୍ମଚାରୀଙ୍କ ଅଭାବ ଯୋଗୁଁ ବିଦ୍ୟୁତ ସେବା ବ୍ୟାହାତ ହେଉଥିବାର ଅନ୍ୟଏକ ପ୍ରମୁଖ କାରଣ ସାଜିିଛି । ଏ ପରିପ୍ରେକ୍ଷୀରେ ଓଡ଼ଗାଁ ସହିତ କୁରାଳ ଓ ହରିପୁର ଠାରେ ଅନ୍ୟ ୨ଟି ଉଚ୍ଚ କ୍ଷମତା ସମ୍ପନ୍ନ ସବଷ୍ଟେସନ ନିର୍ମାଣ ହୋଇ ବିଦ୍ୟୁତ ଯୋଗାଣ ହୋଇଥିଲେ ମଧ୍ୟ ଏହା ବହୁ ପୂରାତନ ଲାଇନ ତାର ଦ୍ୱାରା ଯୋଗାଣ ହୋଇଥିବାରୁ ଏଠାରେ ସବୁବେଳେ ଫାଳେ ଆଲୁଅକୁ ଫାଳେ ଅନ୍ଧାରରେ ରହୁଛି । ରାଜପାଟଣାରୁ ଓଡ଼ଗାଁ ଆସିଥିବା ୩୩କେଭିର ନବୀକରଣ ଏବଂ ଓଡ଼ଗାଁ ଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ ନିର୍ମାଣ କରାଗଲେ ସ୍ଥାନୀୟ ଅଂଚଳର ଉପଭୋକ୍ତା ନିରବଛିନ୍ନ ଭାବେ ଉଚ୍ଚମାନର ବିଦ୍ୟୁତ ଶକ୍ତି ପାଇପାରନ୍ତେ ।  

 

0
0
0
s2sdefault