ହେଡଲାଇନସ୍:

ପଙ୍ଗପାଳ ଆତଙ୍କ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶାସକ ପ୍ରଶାସକ / ଭୁବନେଶ୍ୱର : କରୋନା ଆତଙ୍କ ଜାରି ରହିଥିବା ବେଳେ ଏବେ ମୁଣ୍ଡବିନ୍ଧା ସାଜିଛି ପଙ୍ଗପାଳଙ୍କ ଅଜଣା ଭୟ | ଚାଷୀବି ଚିନ୍ତାରେ, କୃଷି ବିଭାଗ ବି ପରିସ୍ଥିତି ମୁକାବିଲା ପାଇଁ ପ୍ରସୂତି ଜାରି ରଖିଥିବା ବେଳେ  ଆଜି ଖୋଦ ମୁଖ୍ୟମନ୍ତ୍ରୀଙ୍କ   କାର୍ଯ୍ୟାଳୟରେ ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ଉପରେ ନେଇଛନ୍ତି ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ | ପଙ୍ଗପାଳମାନଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ରାଜ୍ୟରେ ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ରାଜ୍ୟର ସାଢ଼େ ଛଅ ଲକ୍ଷ ଚାଷୀଙ୍କୁ ଏ ସଂକ୍ରାନ୍ତୀୟ ହ୍ଵାଟ୍ସଅପ ମେସେଜ ଏବଂ ଆଠ ଲକ୍ଷ ଚାଷୀଙ୍କୁ ଭଏସ ମେସେଜ ପଠାଯିବା ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିୟମିତ ଚାଷୀଙ୍କ ସହ ଯୋଗାଯୋଗରେ ଅଛି । ଓଡ଼ିଶାର ପଶ୍ଚିମ ଓଡ଼ିଶାରେ ବିଶେଷ କରି ପଙ୍ଗପାଳ ଉପଦ୍ରବ ଆଶଙ୍କା ରହିଛି । ଗତକାଲି ଛତିଶଗଡ଼ ଆସିଥିବା ପଙ୍ଗପାଳ ଦଳ ପୁଣି ମଧ୍ୟପ୍ରଦେଶକୁ ଫେରିଯାଇଛି ବୋଲି ଜଣାପଡିଛି । ତଥାପି ବୈଠକରେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ନିଷ୍ପତ୍ତି ହୋଇଛି ।

ଆଜିର ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ସ୍ୱତନ୍ତ୍ର ସଚିବ, ଓୟୁଏଟି କୁଳପତି, କୃଷି ନିର୍ଦେଶକ ଏବଂ ଭାରତ ସରକାରଙ୍କ ସମନ୍ୱିତ ରୋଗପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault