ହେଡଲାଇନସ୍:

ଯିଏ ଯାହା କହୁଥାଉ ପଛେ, ନବୀନ ପୁଣି ନମ୍ବର୍ ୱାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟାଇମ୍ସ ଅଫ ଇଣ୍ଡିଆ ଓ ସି ଭୋଟର୍ସ ସର୍ଭେରେ ନବୀନ  ଟପ ଏଇଟ ତାଲିକାର ଶୀର୍ଷରେ

ଭୁବନେଶ୍ୱର( ଶାସକ ପ୍ରଶାସକ) ଯିଏ ଯାହା କୁହନ୍ତୁ, ବିରୋଧୀ ଯେତେ ସମାଲୋଚନା କରନ୍ତୁ ପଛକେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଗ୍ରାଫର ଉପରୁ ତଳକୁ ଆସିବା ନା ଧରୁନି । ଏ କରୋନା ଲଢେଇ ଟାଇମରେ ଗୋଟେ ଲୋକପ୍ରିୟତା ତାଲିକା ପ୍ରକାଶ ପ୍ରକାଶ ପାଇଛି । ଆଉ ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ବାବୁ ବି ଏକ ନମ୍ବର୍ । ଟାଇମସ ଅଫ ଇଣ୍ଡିଆ ସି ଭୋଟର ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ଦେଶର ସବୁଠୁ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ । ଚନ୍ଦ୍ରରେ ସିନା କଳଙ୍କ ଅଛି, ହେଲେ ଓଡିଶା ତଥା ଭାରତର ରାଜନୀତି ଆକାଶରେ ନବୀନଙ୍କ ଲୋକପ୍ରିୟତା ଚଦ୍ରମାକୁ କଳଙ୍କ ଛୁଉଁନି । ଏ କଥା ଖୋଦ ଭାରତର ଅନ୍ୟତମ ବୃହତ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆ ଓ ସି ଭୋଟର୍ସ ସର୍ଭେ କହୁଛି। 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ  ନେଇ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି | ଏହି ସର୍ଭେରୁ ଜଣାପଡିଛି ଯେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେବା ଦୋୖଡରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ଭଗେଲ ଏବଂ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ  ମଧ୍ୟରେ ଥିଲା କାନଟେ କା ଟକ୍କର | ସର୍ଭେ ଫଳ ଅନୁସାରେ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୨.୯୬  % ଭୋଟ ସହ ସବା ଉପରେ ଥିବା ବେଳେ ତାଙ୍କ ତଳକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ୮୧.୦୬ % ସହ ଅଛନ୍ତି ଦ୍ଵିତୀୟ ସ୍ଥାନରେ । ତୃତୀୟ ସ୍ଥାନରେ ୮୦.୨୮ % ଭୋଟ ସହ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ । ଚତୁର୍ଥ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି (୭୮.୦୧%), ପଂଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ(୭୬.୫୨), ଷଷ୍ଠ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ(୭୪.୧୮%), ସପ୍ତମରେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର(୭୩.୯୬)  ଓ ଅଷ୍ଟମ ସ୍ଥାନରେ ଅଛନ୍ତି  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ଏଦୁରାପା (୬୭.୨୧) . ସର୍ବନିମ୍ନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀମାନେ ହେଲେ ହରିୟାଣାର ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡର ଟି.ଏସ୍ ରାୱତ ଏବଂ ପଞ୍ଜାବର ଅମରିନ୍ଦର ସିଂ।

0
0
0
s2sdefault