ହେଡଲାଇନସ୍:

ଜିଲ୍ଲାରେ ସପ୍ତାହାନ୍ତ ଦି ଦିନିଆ ଲକ ଡାଉନ : ମାସ୍କ ବାଧ୍ୟତାମୂଳକ, ବାହାରେ ଛେପ ଖଙ୍କାର ପକାଇବା ମନା -ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(ନିରୋଜ ମିଶ୍ର) : ଜିଲ୍ଲାରେ  ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିନେମା ହଲ୍, ଜିମ୍ନାସିୟମ୍, ସୁଇମିଂ ପୁଲ୍, ଆମୋଦ ପାର୍କ, ସପିଂ ମଲ୍, ବାର୍, ଥିଏଟର, ଅଡିଟୋରିୟମ୍ ବନ୍ଦ ରହିବା କୌଣସି ପ୍ରକାର ଉତ୍ସବ, ଅନୁଷ୍ଠାନ, ସମାବେଶ, କ୍ରୀଡ଼ା କାର୍ଯ୍ୟକ୍ରମ, ରାଜନୈତିକ ଏବଂ ସାଂସ୍କୃତିକ ଉତ୍ସବ, ସଭାସମିତି ଇତ୍ୟାଦି ଅନୁଷ୍ଠିତ ହେବ ନାହିାଁ ହୋଟେଲ୍ ଗୁଡିକ  କେବଳ ୩୦ ପ୍ରତିଶତ କର୍ମଚାରୀ ନେଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ବୋଲି ବଲାଙ୍ଗିରର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି |

 ଶ୍ରୀ ଡାକୁଆ  କହିଛନ୍ତି ଯେ, ହୋଟେଲରେ  ରହୁଥିବା ଅତିଥିମାନଙ୍କ ପାଇଁ ହିଁ ରେଷ୍ଟୁରାଣ୍ଟ ସେବା ଦିଆଯିବା ରେଷ୍ଟୁରାଣ୍ଟ ଏବଂ ହୋଟେଲ୍ ଗୁଡିକ  ଖାଦ୍ୟର ହୋମ୍ ଡେଲିଭରି/ପାର୍ସଲ ଖାଦ୍ୟ ଯୋଗାଇପାରିବୋ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ପ୍ରଶିକ୍ଷଣ ଅନୁଷ୍ଠାନ ଆଦି ବନ୍ଦ ରହିବ | ହସ୍ପିଟାଲ୍, କ୍ଲିନିକ୍, ନର୍ସିଂ ହୋମ୍, ଔଷଧ ଦୋକାନ, ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀ ଯାତାୟତ କରିପାରିବୋ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଥିବାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାରେ ସପ୍ତାହାନ୍ତରେ ଏହି ସଟ୍ ଡାଉନ୍ ଲାଗୁ ହେବ ବୋଲି ବଲାଙ୍ଗିରର ଜିଲ୍ଲାପାଳ ଶ୍ରୀ ଡାକୁଆ ସୂଚନା ଦେଇଛନ୍ତି | 

ମାସ୍କ ନପିନ୍ଧିଲେ ୨୦୦ ଟଙ୍କା ବଦଳରେ ଏବେ ପ୍ରଥମ ଦୁଇଥର ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା ତୃତୀୟ ଥର ମାସ୍କ ନପିନ୍ଧି ଧରାପଡ଼ିଲେ ୧ ହଜାର ଟଙ୍କା ଜରିମାନା ଆଦାୟ ହେବା ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା ବୋଲି କହିଛନ୍ତି  ଜିଲ୍ଲାପାଳ ଶ୍ରୀ ଡାକୁଆ |  

 

 

0
0
0
s2sdefault