ହେଡଲାଇନସ୍:

"ଲୋକ ଆପଣଙ୍କ କଥା ରଖିଲେ, ଆପଣ ବି ଗୋଟେ କଥା ରଖନ୍ତୁ" 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  "ଆପଣଙ୍କ ଡାକରାକୁ ଦଳମତ, ଆର୍ଥିକ ସ୍ଥିତି ବା ବର୍ଗରୁ ଊର୍ଧ୍ୱରେ ରହି ଲୋକ ସମର୍ଥନ ଦେଲେ | ସମସ୍ତେ ଆପଣଙ୍କ କଥା ରଖି ବନ୍ଦେ ଉତ୍କଳ ଜନନୀ ଗାଇଲେ | ହେଲେ ଆପଣ ବି ଏବେ ସେମାନଙ୍କ ଗୋଟେ କଥା ରଖିବାକୁ ପଡିବ |  ସରକାରୀ ସହାୟତା ବଣ୍ଟନରେ ପାତର ଅନ୍ତର ନକରିବା,  ଭିନ୍ନ ରାଜନୈତିକ ଦଳର ଲୋକଙ୍କୁ ବାଛ ବିଚାର ନକରିବା, କାମ ପାଇଁ ଲାଞ୍ଚ ନନେବା  ଆପଣଙ୍କ ମନ୍ତ୍ରୀ, ବିଧାୟକ, ସରକାରୀ ଅଫିସର/କର୍ମଚାରୀଙ୍କୁ ଆପଣ କଡା ନିର୍ଦ୍ଦେଶ ଦିଅନ୍ତୁ" ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ |

ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଏକ ପତ୍ରରେ ଶ୍ରୀ ମଲ୍ଲିକ ଦର୍ଶାଇଛନ୍ତି "ଦୀର୍ଘ ୨୧ ବର୍ଷ ପରେ ଆପଣଙ୍କର"ବନ୍ଦେଉତ୍କଳ ଜନନୀ" ସଙ୍ଗୀତ କଥା ମନେ ପଡିଲା। ଭଲ କଥା। ଆମେ ଖୁସୀ ହେଲୁ ମଧ୍ୟ। ଗତ ମଇ ୩୦ ସ°ଧ୍ୟାରେ ବନ୍ଦେଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବାକୁ ଆପଣ ଆହ୍ୱାନ ଦେଲେ।ରାଜ୍ୟର ପ୍ରାୟ ସମସ୍ତେ ଗାଁର ଖଟିଖିଆ ଗରିବ ଲୋକଠୁ ଆରମ୍ଭ କରି ଚାଷୀ, ଶ୍ରମିକ, ସରକାରୀ ବେସରକାରୀ କର୍ମଚାରୀ, ବ୍ୟବସାୟୀ ,ଛାତ୍ର ଯୁବକ, ମହିଳା ଓ ଧନୀକ ଶ୍ରେଣୀ ଏପରିକି ଦଳ ମତ ନିର୍ବିଶେଷରେ ସମସ୍ତେ ଆପଣଙ୍କ ଆହ୍ୱାନକୁ ସମ୍ମାନ  ଦେଇ ବନ୍ଦେଉତ୍କଳ ଜନନୀ ସଙ୍ଗୀତ ଗାଇଲେ। ଆପଣଙ୍କୁ ଆମର ଏକ ଅନୁରୋଧ ରଖିବାକୁ ପଡିବ। ସେଦିନ ରାଜ୍ୟର ଭିନ୍ନ ମତବାଦର ଓ ଭିନ୍ନ ରାଜନୈତିକ ଦଳର ତଥା ସବୁ ବର୍ଗର ଲୋକ ଆପଣଙ୍କ ଆହ୍ୱାନକୁ ଗ୍ରହଣ କରି ନେଇଥିଲେ। ସମସ୍ତେ  ରାଜ୍ୟ ସଙ୍ଗୀତ ଗାଇଲା ବେଳେ ଆପଣଙ୍କ ଦଳ କି ଆପଣଙ୍କ ଉଦ୍ଦେଶ୍ୟକୁ କେହି ଖୋଜି ନଥିଲେ । ସେମିତି  ସେହି ଖଟିଖିଆ  ଭୋକିଲା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପକ୍କାଘର, ପାଇଖାନା, ରାସନକାର୍ଡ, ଭତ୍ତା ପ୍ରଭୃତି ସରକାରୀ ସହାୟତା ବଣ୍ଟନରେ ପାତର ଅନ୍ତର ଓ ଭିନ୍ନ ରାଜନୈତିକ ଦଳର ଲୋକ ତାକୁ ଦିଆଯିବ ନାହିଁ  ପୁଣି ଲାଞ୍ଚ ନଦେଲେ ହବନି , ଆଉ ଏପରି ନକରିବାକୁ  ଆପଣଙ୍କ ମନ୍ତ୍ରୀ, ବିଧାୟକ, ସରକାରୀ ଅଫିସର/କର୍ମଚାରୀଙ୍କୁ ଆପଣ କଡା ନିର୍ଦ୍ଦେଶ ଦିଅନ୍ତୁ। ରାଜ୍ୟର ଗରିବ ଲୋକଟେ ଆପଣଙ୍କ ଦଳକୁ ଦେଖିନାହିଁ । ସେ ବୁଝିଛି ଆପଣ ତା'ର ମୁଖ୍ୟମନ୍ତ୍ରୀ । ତେଣୁ ଆପଣଙ୍କୁ ସମ୍ମାନ ଦେଇ ଆପଣଙ୍କ କଥାକୁ ମାନିଛି। ତେବେ ଆପଣଙ୍କ ସରକାର ତା'ର ଦଳ ଦେଖିବା କେଉଁ ନ୍ୟାୟ  ?  ଆପଣଙ୍କ ଉପରେ ବିଶ୍ୱାସ ରଖିଥିବା ସେହି ଗରିବମାନଙ୍କର ବ୍ୟଥାକୁ ବୁଝିବେ ବୋଲି ଆଶା।" ବୋଲି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ନେତା  ଦିଲୀପ ମଲ୍ଲିକ ।

0
0
0
s2sdefault