ହେଡଲାଇନସ୍:

ଧାନର ସର୍ବନିମ୍ନ ସହାୟକ ବଢି ହେଲା ୧୮୬୮ ଟଙ୍କା : କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାଜ୍ୟ ବିଜେପିର ସ୍ୱାଗତ, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ତୋମାରଙ୍କୁ ଜଣାଇଲା ଧନ୍ୟବାଦ୍ 

ଭୁବନେଶ୍ୱର : କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଅଛି । ବିଶେଷ ଭାବେ କୃଷି ଓ ଏମଏସ୍‌ଏମଇ କ୍ଷେତ୍ର ପାଇଁ ନିଆଯାଇଥିବା ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଶ୍ରୀ ହରିଚନ୍ଦନ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଦିନରୁ କୃଷକ ଏବଂ କୃଷି ପାଇଁ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଂଟାଲ ପ୍ରତି ୫୩ ଟଙ୍କା ବୃଦ୍ଧି କରି ୧୮୬୮ ଟଙ୍କା କରିଛନ୍ତି । ଏହି କାରଣରୁ ବିଶେଷ ଭାବେ ରାଜ୍ୟର ଚାଷୀକୁଳ ବହୁ ଉପକୃତ ହେବେ । ସେହିପରି ଧାନ ବ୍ୟତୀତ ଅନ୍ୟାନ୍ୟ ୧୪ଟି ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ୫୦ ରୁ ୮୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଆଜିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ ଓ କୃଷକଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ୩ ଲକ୍ଷ ଯାଏଁ ଋଣ ଉପରେ ୨ ପ୍ରତିଶତ ସୁଧ ଛାଡ କରାଯାଇଅଛି । ପଶୁପାଳନ ପ୍ରୋତ୍ସାହନ ପାଇଁ ୧୫ ହଜାର କୋଟି ଟଙ୍କା ଏବଂ ମତ୍ସ୍ୟଜୀବିଙ୍କୁ ପ୍ରୋତ୍ସାହନ ପାଇଁ ୨୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନର ନିଷ୍ପତି ଗ୍ରହଣ କରାଯିବା ଓ ଚାଷୀଙ୍କ ଋଣ ଶୁଝିବା ତାରିଖ ୩୧ ଅଗଷ୍ଟକୁ ବୃଦ୍ଧି କରାଯିବା କାରଣରୁ ବର୍ତମାନର ପ୍ରତିକୁଳ ପରିସ୍ଥିତିରେ ନିଶ୍ଚିତ ଭାବେ ସମଗ୍ର ଚାଷୀ ସମାଜ ପାଇଁ ହିତକର ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ସେହିପରି ବର୍ତମାନ ପରିସ୍ଥିତିରେ ସଂକଟରେ ଥିବା ଛୋଟ ଛୋଟ ଶିଳ୍ପ ସଂସ୍ଥା ଗୁଡିକକୁ ସୁବିଧାରେ ଋଣ ଯୋଗାଇ ଦେବାର ନିଷ୍ପତି ଗ୍ରହଣ କରାଯାଇଅଛି । ଦେଶର ଅର୍ଥନୀତିରେ ଏମଏସଏମଇର ଭୁମିକା ବହୁ ଗୁରୁତ୍ୱପୁର୍ଣ୍ଣ । ଦେଶରେ ଥିବା ପାଖାପାଖି ୬ କୋଟି ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଋଣ ଦେବାର ଯୋଜନା କରାଯାଇଛି । ଏହି ନିଷ୍ପତି କାରଣରୁ ସହର ଓ ଗ୍ରାମାଂଚଳର ଲୋକେ ଲାଭବାନ ହେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

 

0
0
0
s2sdefault