ହେଡଲାଇନସ୍:

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ  ଦ୍ୱାରା ୨୬୪୯ କୋଟି ଟଙ୍କାର ଫସଲ ଋଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗତବର୍ଷ ଆଜି ଦିନ ତୁଳନାରେ ୧୧୭ ପ୍ରତିଶତ ଅଧିକ

ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ଭୂତାଣୁ କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟର ଚାଷୀମାନଙ୍କୁ କୃଷି କାର୍ଯ୍ୟ ଆଗେଇ ନେବା ପାଇଁ ସମବାୟ ବ୍ୟାଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଫସଲ ଋଣକୁ ତ୍ୱରାନ୍ୱିତ କରାଯାଇଛି ବୋଲି ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା ଚଳିତ ଖରିଫ୍ରେ ସମବାୟ ସଂସ୍ଥା ଦ୍ୱାରା ମଇ ମାସ ସୁଦ୍ଧା ୨୦୦୦ କୋଟି ଟଙ୍କା ଫସଲ ଋଣ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ୱାରା ଆଜି ସୁଦ୍ଧା ୨୬୪୯ କୋଟି ଟଙ୍କା ଋଣ ଆକାରରେ ଯୋଗାଇ ଦିଆଯାଇଛି, ଯାହାକି ଗତବର୍ଷ ଆଜି ଦିନ ତୁଳନାରେ ୧୧୭ ପ୍ରତିଶତ ଅଧିକା ଗତବର୍ଷ ଆଜିର ଦିନରେ ସମବାୟ ବ୍ୟାଙ୍କ ଦ୍ୱାରା ୧୨୧୮ କୋଟି ଟଙ୍କାର ଫସଲ ଋଣ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିଲାା କୋଭିଡ୍-୧୯ ସଂକ୍ରମଣ ପରିସ୍ଥିତିରେ ସମବାୟ ବିଭାଗର ଶାସନ ସଚିବ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ, ରେଜିଷ୍ଟାର କୋଅପରେଟିଭ୍ ସୋସାଇଟିଙ୍କ ଦ୍ୱାରା ସାପ୍ତାହିକ ସମୀକ୍ଷା ଏବଂ ଡିଆରସିଏସ, ଏଆରସିଏସ , ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ ସଂପୃକ୍ତ ପ୍ୟାକ୍ସମାନଙ୍କ ସହଯୋଗରେ ଋଣ ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିଛିା 

ସୂଚନା ଯୋଗ୍ୟ ଯେ ଚଳିତ ଖରିଫ୍ରେ ରାଜ୍ୟ ସରକାରଙ୍କ ସମବାୟ ସଂସ୍ଥା ପକ୍ଷରୁ ଚାଷୀମାନଙ୍କୁ ମୋଟ ୯୦୦୦ କୋଟି ଟଙ୍କା ଫସଲ ଋଣ ଆକାରରେ ଯୋଗାଇ ଦିଆଯିବା ଏଥି  ମଧ୍ୟରୁ ଜୁନ୍ ୧୫ ତାରିଖ ମଧ୍ୟରେ ୩୫୦୦ କୋଟି ଟଙ୍କା, ଜୁନ୍ ମାସ ଶେଷ ସୁଦ୍ଧା ୫୦୦୦ କୋଟି ଏବଂ ବାକି ୪୦୦୦ କୋଟି ଟଙ୍କା ସେପେଫମ୍ବର ମାସ ଶେଷ ସୁଦ୍ଧା ଫସଲ ଋଣ ବାବଦରେ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛିା ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଯୁଗ୍ମଦେୟ ଗୋଷ୍ଠୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କୁ ପ୍ରାଧାନ୍ୟ ଦିଆଯାଉଛିା 

0
0
0
s2sdefault