ହେଡଲାଇନସ୍:

ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୧, ସାବଧାନ୍ ! ଜମନକିରା ବ୍ଲକ ଛୁଁଇଲା କରୋନା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ଜ଼ିଲ୍ଲାରୁ  ପୁଣି  ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ କରୋନା ପଜିଟିଭ ଚି଼ହ୍ନଟ ୨ ଯୁବକ  ଜଣଙ୍କ  ବୟସ ୨୦ ଏବଂ ଜଣେ ଯୁଜୋମୁରା ବ୍ଲକ  ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ଏବଂ ଅନ୍ୟ ଜଣକ ଜମନକିରା ବ୍ଲକ ବଡ଼ରମା ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି l ଯୁଜୋମୁରା ବ୍ଲକ ର  ଯୁବକ ଜଣକ ଗତ ୧୭  ତାରିଖ ଦିନ ମହାରାଷ୍ଟ୍ର ମୁମ୍ବାଇ ରୁ ଫେରିଥିବା ବେଳେ ଜମନକିରା ବ୍ଲକ ର ଯୁବକ ଜଣକ ଗତ ୧୭ ତାରିଖ ତାମିଲନାଡୁ ଚେନ୍ନେଇ ରୁ ଫେରନ୍ତା l କରୋନା ପଜିଟିଭ ଚି଼ହ୍ନଟ ପରେ ଯୁବକ ୨ ଜଣଙ୍କୁ  କୋଭିଡ ଡାକ୍ତରଖାନା କୁ ଆଜି  ପଠାଇ ଦିଆଯାଇଛି l  ତେବେ ଯୁବକଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ  ୯ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୧୧  ରେ ପହଁଚିଛି l ସେମାନଙ୍କ ମଧ୍ୟରେ ୯   ଜଣ ପୁରୁଷ ଓ ୨  ଜଣ ମହିଳା ଅଛନ୍ତି l ତେବେ ଆଜି ପ୍ରଥମ କରି ଜ଼ିଲ୍ଲାର ଜମନକିରା ବ୍ଲକରେ  କରୋନା ପୋଜିଟିଭ ଚି଼ହ୍ନଟ ସହ ବ୍ଲକରେ ପାଦ ଦେଇଛି କରୋନା ।

0
0
0
s2sdefault