ହେଡଲାଇନସ୍:

ରାଜ ସୁନାଖଳା ମହୋତ୍ସବ ସମ୍ପାଦକଙ୍କ ପିତୃ ବିୟୋଗରେ ଶୋକସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ୱଜିତ ନାୟକ )- ନୟାଗଡ ରାଜ ସୁନାଖଳା ମହୋତ୍ସବ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଙ୍କ ପିତା ତଥା ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ସ୍ବର୍ଗତ ରବୀନ୍ଦ୍ର କୁମାର ପ୍ରଧାନ ଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଶୋକସଭା ଅନୁଷ୍ଠିତ ହୋଇଛି ।ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ହୋଇଥିବା ଏହି ଶୋକସଭାରେ କମିଟି ର ସମସ୍ତ ସଦସ୍ୟ ,ବରିଷ୍ଠ ନାଗରିକ ମଞ୍ଚ ର କର୍ମକର୍ତ୍ତା ,ରାଜ ସୁନାଖଳା ଜୋନ ର ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ସାହୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।ସାମାଜିକ ଦୂରତା ରକ୍ଷା କରି ସମସ୍ତ ସଦସ୍ୟ 2 ମିନିଟ ପାଇଁ ନିରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।ସ୍ବର୍ଗତ ରବୀନ୍ଦ୍ର ପ୍ରଧାନ ଜଣେ ନିରହଂକାରୀ,ମିଷ୍ଟଭାଷୀ,ସରଳ ସ୍ଵଭାବ ତଥା ବନ୍ଧୁବସ୍ଛଳ ବ୍ୟକ୍ତି ଥିଲେ ।ଗତ ରବିବାର ସନ୍ଦ୍ୟାରେ ସ୍ବର୍ଗତ ପ୍ରଧାନ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନିଆ ଯାଇଥିଲା ।ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ,ବରିଷ୍ଠ ନାଗରିକ ମଞ୍ଚ ର ଆବାହକ ମଦନ ମୋହନ ସାହୁ ,ଫୁଲଦୋଳ କମିଟି ର ସଭାପତି ସତ୍ୟ ନାରାୟଣ ମହାପାତ୍ର ,ଶିକ୍ଷାବିତ ପ୍ରଦୀପ କୁମାର ରଣା, ପ୍ରିନ୍ସ ଫାଉଣ୍ଡେସନ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଦୀପ ସାହୁ, କମିଟି ର ବରିଷ୍ଠ ସଭ୍ୟ ଅଶୋକ କୁମାର ପଟ ନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ ।ତେବେ ଆସନ୍ତା  ୧୦ ତାରିଖ  ବୁଧବାର ଦିନ ସ୍ବର୍ଗତ ଶ୍ରୀ ପ୍ରଧାନଙ୍କ ଏକାଦଶାହ ଅବସରରେ ମହୋତ୍ସବ କମିଟି ପକ୍ଷରୁ ଏକ ସ୍ମୃତିଚାରଣ ସଭାର ଆୟୋଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault