ହେଡଲାଇନସ୍:

ମାନୁନାହାନ୍ତି ଅମାନିଆ : ଗଳା ବାଟରେ ଚାଲିଛି ଆନ୍ତଃରାଜ୍ୟ ଗମନାଗମନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଚିରାଲ ନାଲା ପାର କରି ଏପଟ ସେପଟ ହେଉଛନ୍ତି ଛତିଶଗଡ-ଓଡିଶା ବାସିନ୍ଦା

ଝାରବନ୍ଧ/ମନୋହର ଦାଶ :କରୋନା ରୋଗ ର କୌଣସି ଟିକା କିମ୍ବା ଔଷଧ ବାହାରି ନ ଥିବା ବେଳେ କେବଳ ଲକ୍ଡାଉନ ଏକ ମାତ୍ର ଔଷଧ ପାଲଟିଛି ।ସେଥି ପାଇଁ ସରକାର ୫ମ ପର୍ଯ୍ୟାୟ ରେ ଲକଡାଉନ ବଢାଇଛନ୍ତି। କରୋନା ସଂକ୍ରମଣର ଶୃଂଖଳା ଭାଙ୍ଗିବା ପାଇଁ ତଥାପି ଅମାନିଆ ଲୋକ ମାନୁନଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ତରୀୟ ଜଗଦଲପୁର ଥାନା ସୀମାନ୍ତ ବର୍ତୀ ଅଞ୍ଚଳ ଲଉଡିଦରହା ,ଧଉରାଭଟା ଝାରବନ୍ଧ ଥାନା ଭଇଁସାଦରହା ରେ ଦେଖିବାକୁ ମିଳିଛି । 

ଛତିଶଗଡ ଓଡିଶା ସୀମାନ୍ତ ମଧ୍ୟ ରେ ବୋହିଯାଇଥିବା । ଚିରାଲନାଲା ଏହାକୁ ବର୍ତ୍ତମାନ ଗଲାବାଟ କରିଛନ୍ତି । ସିମନ୍ତବର୍ତୀ ଛତିଶଗଡ ଓ ଓଡିଶା ଲୋକ ଅନ୍ୟ ରାଜ୍ୟ କୁ ଯାତାୟତ କରିବାପାଇଁ ପ୍ରଶାସନ ଓ ପୋଲିସ ପକ୍ଷ ରୁ ନାକା ପଏଣ୍ଟ ଗୁଡିକ କରିବା ସହ ଯାତାୟତ କରୁଥିବା ସମୟରେ ପ୍ରତ୍ୟକ ଯାତ୍ରୀ ଙ୍କ ଉପରେ କଡାକଡି ଭାବେ ନଜର ରଖୁଥିବା ଦେଖିବାକୁ ମିଲୁଛି । ଛତିଶଗଡ ପୋଲିସ ମଧ୍ୟ ଛତିଶଗଡ ଓ ଓଡିଶା ସୀମାନ୍ତ ରେ ପହରା କଡାକଡି କରିଛି । ତଥାପି ଲୋକେ ଗଳା ବାଟ ଦେଇ ଛତିଶଗଡ ରୁ ଲଉଡିଦରହା,ଭଇଁସାଦରହା ,ଜଗଦଲପୁର କୁ ଚାଲିଆସୁଛନ୍ତି ।ପରିବା, ମେଡ଼ିସିନ, ମୋବାଇଲ ଏପରି ବ୍ୟବସାୟୀ ନାନା ବାହାନା ରେ ସହ ସହ ଲୋକ ପ୍ରତ୍ୟକ ଦିନ ଏପଟ ସେପଟ ହେଉଛନ୍ତି । ଦୁଃଖ ର ବିଷୟ ଏପରିକି ଦୁଇ ଚକିଆ ଯାନ ମଧ୍ୟ ବିନା ଦ୍ଵିଧା ରେ ପ୍ରବେଶ କରୁଥିବା ଚିତ୍ର ଦେଖିବାକୁ ମିଳିଛି । ଆଇନ ପାଳିବା ଲୋକେ ପାସ ପାଇଁ ହାହାକାର ହେଉଥିବା ବେଳେ ଏପରି ବେଆଇନ ଓ ଗଳା ବାଟ ଦେଇ ପ୍ରବେଶ କରୁଥିବା ଚିତ୍ର ଆଇନ ମାନୁଥିବା ବ୍ୟକ୍ତି ଓ ସରକାର ଙ୍କ ଆଇନ କୁ ହସଣା କରିଛି । କିନ୍ତୁ ଗଣ ମାଧ୍ୟମର କିଛି ପ୍ରତିନିଧି ପ୍ରସାଶନ ଓ ଜଗଦଲପୁର ପୋଲିସ କୁ ଅବଗତ କରିଥିଲେ ।ପରେ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଲା ଙ୍କ ନିର୍ଦ୍ଧେଶ ରେ ଲଉଡିଦରହା ଧଉରଭଟା ନିକଟରେ ପୋଲିସ ମୁତୟନ କରିଛନ୍ତି । ଓ ଗଲବାଟ ବନ୍ଦ କରାଯିବ ବୋଲି ଶ୍ରୀମତୀ ବାର୍ଲା ପ୍ରତିଶୃତି ଦେଇଛନ୍ତି । ଦିନ ତମାମ ପୋଲିସ ମୁତୟନ ହେବେ ରାତ୍ର ରେ ପୋଲିସ ରହିବେ ନାହିଁ ବୋଲି ବିଶ୍ୱସ୍ତ ସୂତ୍ର ରୁ ମିଳିଥିବା ସୂଚନାକୁ ନେଲେ ଏହା ପ୍ରସାଶନ ଓ ପୋଲିସ ର ଚିନ୍ତା ଧାରା କୁ ସନ୍ଦେହ ସୃଷ୍ଟି କରୁଛି । କାରଣ ରାତ୍ର ରେ ଲୋକେ ଗଲାବାଟ ରେ ପାର ହେଲେ ଦାୟୀ ରହିବ କିଏ? କାରଣ ପୋଲିସ ନାକା ପଏଣ୍ଟ ର ଅତି ନିକଟ ରେ ଥିଲେ ମଧ୍ୟ ପୋଲିସ ପାଖରେ ଖବର ନାହିଁ । ଏବେ ଅପେକ୍ଷା ପ୍ରସାଶନ ଓ ପୋଲିସ ର ଏହି ଗଲବାଟ ବନ୍ଦ କରିବା ପାଇଁ ।

0
0
0
s2sdefault