ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସରକାର ମହିଳା ମାନଙ୍କ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରେଇବା ପାଇଁ ବହୁତ ଯୋଜନା କରିଛନ୍ତି । ସେଥି ମଧ୍ୟରୁ ମହିଳା ମାନଙ୍କ ଦ୍ୱାରା ବିଭିନ୍ନ ଗୋଷ୍ଠୀ (ଗ୍ରୁପ) ତିଆରି କରି ବିଭିନ୍ନ ପ୍ରକାର ବ୍ୟବସାୟ କରିବା ପାଇଁ ସୁଯୋଗ ଦେଇଛନ୍ତି । ସମ୍ବଲପୁର ର ବହୁତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବିଭିନ୍ନ ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀ ରୁ ଋଣ ନେଇ ବିଭିନ୍ନ ବ୍ୟବସାୟ କରୁଛନ୍ତି । ବିଶେଷ କରି ଜିଲ୍ଲା ର ଗ୍ରାମାଞ୍ଚଳରେ ଓ ସହର ର ବସ୍ତି ଅଞ୍ଚଳ ର ଗରିବ ମହିଳା ମାନେ ଏଥିରେ ସମ୍ପୃକ୍ତ । କିନ୍ତୁ ଲାକଡାଉନ ଯୋଗୁଁ ସେମାନଙ୍କ ବ୍ୟବସାୟ ଓ ରୋଜଗାର ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସମସ୍ତେ ବ୍ୟବସାୟ ରେ କ୍ଷତି ସହିବା ସହ ଘୋର ଆର୍ଥିକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଋଣ ପରିଶୋଧ ର ଦୂର କଥା ଦୈନନ୍ଦିନ ଜୀବନଯାପନ ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି ।
ମାତ୍ର ଅନେଜ ମାଇକ୍ରୋ ଫାଇନାନ୍ସ କମ୍ପାନୀ କିନ୍ତୁ ଏଇ ଅସୁବିଧା ସମୟରେ ମଧ୍ୟ ତାଙ୍କର ଚିରାଚରିତ ଚରିତ୍ର ରେ କିଛି ପରିବର୍ତ୍ତନ ଆଣି ନାହାନ୍ତି । ସାଧାରଣ ସମୟ ଭଳି ଏଇ ଲାକଡାଉନ ରେ ମଧ୍ୟ ଋଣ ଟଙ୍କା ଆଦାୟ ପାଇଁ ଲାଗି ପଡିଛନ୍ତି । ସମସ୍ତ ସରକାରୀ ଆଦେଶ କୁ ବେଖାତିର କରି ନିୟମ କୁ ଉଲ୍ଲଂଘନ କରି ଋଣ ପରିଶୋଧ ପାଇଁ ମହିଳାଙ୍କୁ ହଇରାଣ କରୁଛନ୍ତି । ଟଙ୍କା ଆଦାୟ ବାହାନା ରେ ଆଶାଳୀନ ବ୍ୟବହାର ଗାଳି ଗୁଳଜ କରିବା ସହ ଅସମ୍ମାନ ସୂଚକ ଶବ୍ଦ ବ୍ୟବହାର କରୁଥିବା ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ଏହାକୁ ସମ୍ବଲପୁର ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇ ମହିଳା ମୋର୍ଚ୍ଚା କର୍ମୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ପହଂଚି କମ୍ପାନୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି l