ହେଡଲାଇନସ୍:

ରାଜ୍ୟବାସୀଙ୍କୁ ତାଗିଦ କଲେ ଡିଜିପି : ନିୟମ ନମାନିଲେ ଆବଶ୍ୟକ ସ୍ଥଳେ ବାଂଧିବୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାସ୍କ ପିନ୍ଧିବା, ଛେପ ନପକାଇବା ତଥା କର୍ଫ୍ୟୁକୁ ମାନିବାକୁ ଦେଲେ ଚେତାବନୀପୁର୍ଣ ପରାମର୍ଶ  

ରାତ୍ରିକାଳୀନ କର୍ଫ୍ୟୁ : କେନ୍ଦ୍ର ସରକାରଙ୍କ ନିୟମ ନୁହେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବ 

ଭୁବନେଶ୍ୱର: କରୋନା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ସମସ୍ତ ସାମର୍ଥ୍ୟ ସହ କଡାକଡି ଭାବେ ପୋଲିସ ବିଭାଗ ପାଳନ କରିବ | ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନିୟମ ଅନୁସାରେ  ଯଦି କେହି ମାସ୍କ ନପିନ୍ଧି ବାହାରେ ବୁଲିନେ ତେବେ ତାଙ୍କୁ ଗିରଫ କଲା ପର୍ଯ୍ୟ୍ତ ଦଂଡାର ବ୍ୟବସ୍ଥା ରହିଛି । ବିନା କାରଣରେ ବାହାରେ ନବୁଲିବାକୁ ଡିଜିପି କହିଛନ୍ତି । ରାସ୍ତାରେ ଛେପ ଖଙ୍କାର ପକାଇଲେ କି ବିନା ମାସକରେ ବାହାରିଲେ ସଂକ୍ରମଣର ଆଶଙ୍କା ଥିବା ଯୋଗୁ  ଛେପ ପକାଇଲେ ଓ ମାସ୍କ ନପିନ୍ଧିଲେ ଅଧିକ ଏଣିକି ଅଧିକ ଜୋରିମାନା ଆଦାୟ କରାଯିବ । ପ୍ରଥମ ଓ ୨ୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୫ ଶହ ଟଙ୍କା ଜୋରିମାନା ଆଦାୟ କରାଯିବ । ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ମାସ୍କ ନପିନ୍ଧିଲେ ଜୋରିମାନା ସହ ଏପିଡେମିକ ଆକ୍ଟ ଅନୁସାରେ ଗିରଫ ବି କରାଯାଇପାରିବ  ବୋଲି ଓଡିଶା ଡିଜିପି ଅଭୟ କହିଛନ୍ତି | ।

ଏହାସହିତ ସନ୍ଧ୍ୟା ୭ଟା ରୁ ସକାଳ ୭ଟା ରାତ୍ରକାଳୀନ କର୍ଫ୍ୟୁକୁ ମଧ୍ୟ କଡାକଡି କରାଯିବ  | କେନ୍ଦ୍ର ସରକାର ରାତ୍ରକାଳୀନ କର୍ଫ୍ୟୁକୁ କୋହଳ କରି ରାତି ୯ରୁ ଭୋର ୫ଟା ପର୍ଯ୍ୟନ୍ତ କରିଥିଲେ ହେଁ ଉକ୍ତ କୋହଳ ନିୟମ ଓଡ଼ିଶାରେ କାର୍ଯ୍ୟକାରୀ ହେବ ନାହିଁ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଓଡ଼ିଶାରେ କର୍ଫ୍ୟୁ  ରାତି ୭ଟାରୁୁ ସକାଳ ୭ଟା ଯାଏ ରହିବ ବୋଲି ଡିଜିପି ସୂଚନା ଦେଇଛନ୍ତି |  ଯେଉଁମାନେ ଅନ୍‌ଲକ୍‌-୧ ଆସିବାରୁ କୋହଳ ମନୋଭାବ ପୋଷଣ କରିଛନ୍ତି ସେମାନେ ସାବଧାନ ହେବା ଉଚିତ କି ନିୟମ କୋହଳ ହୋଇନାହିଁ।  ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ଜଣ ଏବଂ ବାହାଘରରେ ସର୍ବାଧିକ ୫୦ଜଣ ଉପସ୍ଥିତ ରହିପାରିବେ। ଏଥିପାଇଁ ଅନୁମତି ନେବାକୁ ପଡ଼ିବ। ବିନା ଅନୁମତିରେ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଯେଉଁମାନେ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ୍‌କୁ ମାନିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମ ନମା ନିଲେ ଜରିମାନା ଆଦାୟ ହେବ, ମାମଲା ହେବ ଏବଂ ଦରକାର ପଡ଼ିଲେ ଗିରଫଦାରି ବି ହେବ।  

 

 

 

 

0
0
0
s2sdefault