ହେଡଲାଇନସ୍:

ସମସ୍ତେ ମିଳିମିଶି ଗାନ କଲେ 'ବନ୍ଦେ ଉତ୍କଳ ଜନନୀ' 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହି : ଦେଶରେ ଚାଲିଛି କରୋନା ବିରୋଧରେ ସଂଗ୍ରାମ । ଓଡିଶା ସରକାର ବି ଏଇ ଭୁତାଣୁ ବିରୋଧରେ ସଶକ୍ତ ଲଢେଇ ଜାରି ରଖିଛନ୍ତି । ବାସ୍ତବିକ ଗ୍ରାଉଣ୍ଡ ଜିରୋରେ ଏ ଲଢ଼େଇକୁ ଜୀବନ ବାଜି ଲଗେଇ ଲଢ଼ୁଛନ୍ତି କରୋନା ଯୋଦ୍ଧା ମାନେ । ସେମାନଙ୍କ ସମ୍ମାନାର୍ଥେ  'ବନ୍ଦେ ଉତ୍କଳ ଜନନୀ' ଗାଇ ସେମାନଙ୍କ ନୈତିକ ମନୋବଳ ବୃଦ୍ଧି କରିବା ସକାଶେ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।  ସେହି କ୍ରମରେ ଶନିବାର ଦିନ ସନ୍ଧ୍ୟା ଘ ୫.୩୦ ମିନିଟ ସମୟରେ ' ବନ୍ଦେ ଉତ୍କଳ ଜନନୀ ' ଗୀତ ଗାନ କରିବାକୁ ଭିଡିଓ ବର୍ତ୍ତା ମାଧ୍ୟମରେ ଜିଲ୍ଲାବାସୀଙ୍କୁ  ଅନୁରୋଧ କଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।

  କରୋନା ଲଢେଇରେ ଦିନରାତି  ସାମିଲ ହୋଇ ସେବା କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କୁ ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ' ପରିବେଷଣ କରି ଉତ୍ସାହିତ କରିବା ସହ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ପାରଳାଖେମୁଣ୍ଡି ସହରରେ।                    ପାରଳାଖେମୁଣ୍ଡି ସହରର ଆଦର୍ଶ ପୋଲିସ ଥାନା ସମ୍ମୁଖରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ଏବଂ ରାଜଦାଣ୍ଡରେ ପୌର ପରିଷଦ ପକ୍ଷରୁ ମିଳିତ ଭାବେ ଆୟୋଜିତ ହୋଇଥିଲା 'ବନ୍ଦେ ଉତ୍କଳ ଜନନୀ 'ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ।

  ଅପରାହ୍ନ ଠିକ୍ ୫.୩୦ମି ସମୟରେ ଶହ ଶହ ସଂଖ୍ୟାରେ ବିଭିନ୍ନ ବିଭାଗୀୟ କର୍ମଚାରୀ , ପାରଳାଖେମୁଣ୍ଡି ଜନସାଧାରଣ ପାରଳାବାସୀ ଯୋଗ ଦେଇ ସାମାଜିକ ଦୂରତା ରକ୍ଷା କରିବା ସହ ଭକ୍ତି ସହକାରେ ଗାନ କରିଛନ୍ତି 'ବନ୍ଦେ ଉତ୍କଳ ଜନନୀ' । ଏହି କରୋନା ଲଢେଇରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଥିବା ସ୍ବାସ୍ଥ୍ୟ ସେବା, ପୋଲିସ ସେବା, ସଫେଇ କର୍ମଚାରୀମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯିବା ସହ ସେମାନଙ୍କୁ ଜିଲ୍ଲାପାଳ ଅନୁପମ ସାହା ଓ ଏସପି ସାରା ଶର୍ମା ଉତ୍ସାହିତ କରି ସମ୍ମାନୀତ କରିଥିଲେ।

0
0
0
s2sdefault