ହେଡଲାଇନସ୍:

ଉପକାରାଗାରକୁ ୫ଟି କୁଲର ଦାନ କଲେ ପାଟଣାଗଡ ବିଧାୟକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଟଣାଗଡ/ ବିମଳ କୁମାର ବାଗ: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଅସହୟ ଗୁଲୁଗୁଲି ଅନୁଭୁତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ସୂର୍ଯ୍ୟର ପ୍ରଖର କରିଣ ଯୋଗୁଁ ଦିନ ୧୦ ପରେ ଅତ୍ୟଧିକ ତାପମାତ୍ରା ବଢିବାରୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି । ଦ୍ୱୀପ୍ରହର ସମୟ ହୋଇଗଲେ ଅସହାୟ ତାତି ଯୋଗୁଁ ସହରରେ ରାସ୍ତାଘାଟ ସୁନ ସାନ । ଗରମର ଅତ୍ୟଧିକ ପ୍ରଭାବ ଯୋଗଁ ପାଟଣାଗଡ ଉପକାରାଗାରରେ ଚାରିକାନ୍ଥ ଭିତରେ ରହୁଥିବା କୋଠରୀରେ ୮୭ ଜଣ ବିଚାରଧିନ କଏଦୀ ଏବଂ ୫ ଜଣ ଆଜୀବନ ସଜା କାଟୁଥିବା କଏଦୀ ମାନେ ମଧ୍ୟ ଏହାର ପ୍ରଭାବରୁ ବାଦ ପଡିନାହାନ୍ତି । ସେମାନେ ବି ମଣିଷ | ସେମାନେ ଛଟପଟ ହେଉଥିଲେ ଗରମରେ |  କଏଦୀମାନେ ଅତ୍ୟଧିକ ଗରମ ଓ ଗୁଲୁଗୁଲି ଯୋଗୁଁ ଡହକ ବିକଳ ହେବା ଖବର ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ପାଖରେ ପହଚିଂଥିଲା । ଖବର ପାଇବାକ୍ଷଣି ବିଧାୟକ ଶ୍ରୀ ମେହେର ନିଜସ୍ୱ ପାଣ୍ଠିରୁ ପାଟଣାଗଡ ଉପାକାରାଗାରକୁ ୫ ଗୋଟି ବଡଧରଣ କୁଲର ଆଜି ପ୍ରଦାନ କରିଛନ୍ତି । ଏହି କୁଲର ପ୍ରଦାନ ସମୟରେ ପାଟଣାଗଡ ଉପକାରାଗାର ସୁପରିନଟେଣ୍ଡଣ୍ଟ  ଶର୍ମିଷ୍ଠା ପୃଷ୍ଟି, ଜେଲରଙ୍କ  ସମେତ ଉପକାରାଗାରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିବା ଜଣାପଡିଛି । ତେବେ ବିଧାୟକଙ୍କ ଏଭଲି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।

 

0
0
0
s2sdefault