ହେଡଲାଇନସ୍:

ସମ୍ବଲପୁରରେ ନବମ କରୋନା ରୋଗୀ ଚିହ୍ନଟ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲାରେ  ଆଜି  ନବମ  କରୋନା ରୋଗୀ ଭାବରେ ଜଣେ ୨୨ ବର୍ଷୀୟ ଯୁବକକୁ ଚିହ୍ନଟ କରାଯାଇଛି । ଗୁଜରାଟ ର ଅହମଦାବାଦରୁ ଏଠାକୁ ଆସିଲା ପରେ ତାକୁ ରେଢାଖୋଲ ଉପଖଣ୍ଡ  ଲୁହାପଙ୍କ ସ୍ଥିତ ସରକାରୀ କ୍ବାରେଣ୍ଟାଇନ କେନ୍ଦ୍ରରେ  ରଖାଯାଇଥିଲା । ପରୀକ୍ଷା ପରେ ତାର ସ୍ବାବ ନମୁନା ପଜିଟିଭ ବାହାରି ଥିବାରୁ ତାର ଚିକିତ୍ସା ପାଇଁ  କୋଭିଡ ହସ୍ପିଟାଲକୁ ପଠାଗଲା ବୋଲି ପ୍ରଶାସନିକ ସୂତ୍ର ରୁ ପ୍ରକାଶ । ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ  ୮ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୯  ରେ ପହଁଚିଛି, ସେମାନଙ୍କ ମଧ୍ୟରେ ୭   ଜଣ ପୁରୁଷ ଓ ୨  ଜଣ ମହିଳା ଅଛନ୍ତି l

0
0
0
s2sdefault