ହେଡଲାଇନସ୍:

ଗ୍ରାମୀଣ ଉନ୍ନୟନ କାମରେ ଅନିୟମିତତା : ବିନା ସୂଚନା ଫଳକରେ ଚାଲିଛି କାମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ): କୁଚିଣ୍ଡା ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି l ଅନେକ ଉନ୍ନୟନ ପ୍ରକଳ୍ପର କାମ ବିନା ସୂଚନା ଫଳକରେ ଚାଲିଥିବା ଦେଖିବାକୁ ମିଳୁଛି l କିଛିଦିନ ହେଲା କିଛି ପଞ୍ଚାୟତରେ ମାଟି କାମ ଚାଲିଛି l କିନ୍ତୁ ଅଧିକାଂଶ କ୍ଷେତ୍ରରେ ସୂଚନା ଫଳକ ଲାଗିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ଅଭିଯୋଗ ଅନୁସାରେ ଠିକାକାମ ଆରମ୍ଭ ହେବା ଆଗରୁ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ତିଆରି କରି କମର ସମ୍ପୂର୍ଣ ବିବରଣୀ ରହିବା କଥା l କିନ୍ତୁ ଏହି ବ୍ଲକରେ ଏହି ନିୟମ ପାଳନ କରାଯାଉ ନାହିଁ l ଅଧିକାଂଶ ଜଳାଶୟର ମାଟିକାମ ମେସିନ ଦ୍ୱାରା ଚାଲିଥିବା ଅଭିଯୋଗ ହେଉଛି l କେଉଁ ସ୍କିମରେ କେତେ ଟଙ୍କାର ମାଟି କାମ ଚାଲିଛି ସହଜରେ ଜଣାପଡ଼ୁ ନାହିଁ l ଏହି କାମରେ ଲୋକ କାମ କରିବେ ନା ମେସିନ ବ୍ୟବହାର ହେବ ତା ବିଷୟରେ କିଛି ଜଣାପଡୁନି l କରୋନା ମହାମରୀ ବିପଦ ସମୟରେ ଲକଡାଉନ ଚାଲିଥିବା ଯୋଗୁଁ ଲୋକେ ରୋଜଗାର ହୀନ ହୋଇ ରହୁଛନ୍ତି l ଏହାକୁ ଦେଖି ସରକାର ଏମଜିଏନଆରଇଏସ ଯୋଗେ ସମସ୍ତ ଗରିବ ଲୋକଙ୍କୁ ରୋଜଗାର ଦେଉଛନ୍ତି l କିନ୍ତୁ ଏହି ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲୋକେ ଏହାର ଠିକ ଭାବେ ସଦୁପଯୋଗ ପାଉନାହାନ୍ତି  l

ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତରେ ଏବେ ବଡ଼ମାଳ ସହ ଟାଙ୍ଗରାଣୀ, ଲଦ୍ରୋପାଳ ରେ ପୋଖରୀ ଖନନ ଚାଲିଛି l ଏହି କାର୍ଯ୍ୟରେ ଯେଉଁ ଠିକାଦାର କାମ କରୁଛନ୍ତି ସେ ଏହି କାର୍ଯ୍ୟରେ ଶିଶୁ ଶ୍ରମିକ ଲଗାଉଥିବା ଅଭିଯୋଗ ହେଉଛି l ଏହି ପୋଖରୀ ଖନନ କାର୍ଯ୍ୟ 50 ରୁ ଅଧିକ ଶ୍ରମିକ କାମ କରୁଥିଲେ ମଧ୍ୟ ପାଣି ବାହାର କରିବା ପାଇଁ ପାୱାରଟ୍ରେଲର ଲଗାଇ ପମ୍ପ ସାହାଯ୍ୟରେ ପାଣି ଟାଣୁଛନ୍ତି l ଜଳାଶୟର ମାଟି ହିଡ଼ରେ ପଡ଼ିବାକୁ ଥିବାବେଳେ ଏବେ ବିକ୍ରି କରିବାକୁ କଥା ହେଉଥିବା ଲୋକଙ୍କ ଠୁ ଶୁଣିବାକୁ ମିଳୁଛି lଶ୍ରମିକ   ଲୋକଙ୍କୁ ମଧ୍ୟାନରେ ବିଶ୍ରାମ ପାଇଁ ଜଗା ଟିଏ ଯୋଗାଇଦେବାକୁ ଥିବାବେଳେ ଲୋକେ ଗଛ ମୂଳରେ ଦିପ୍ରହର ବିତାଉଛନ୍ତି l ଟାଙ୍ଗରାଣୀ ରେ ସୂଚନା ଫଳକ ତିଆରି କରି ଫଳକରେ କିଛି ଲେଖା ହୋଇନଥିବା ଦେଖିବାକୁ ମିଳିଛି l ସେହିପରି ବଡ଼ମାଳ ପୋଖରୀ ଖନନର 10 ଦିନ ବିତିଯିବା ପରେ ଏବେ ଫଳକ ତିଆରି କରୁଥିବା ଦେଖିବାକୁ ମିଳୁଛି l ଏହିପରି ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ଭୋଜପୁରୀ, ବଡ଼ରମା, ଟିକିଲିପଡା, ଡ଼ିମିରିମୁଣ୍ଡା, ଫାଶୀମାଲ ପ୍ରମୁଖ ପଞ୍ଚାୟତ ଗୁଡିକରେ  ମଧ୍ୟ ଏବେ ମନରେଗା କାମ ଚାଲିଛି ଏହି ସ୍ଥାନମାନଙ୍କ ରେ ମଧ୍ୟ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି l ଏହି ବିଷୟକୁ ନେଇ ସରପଞ୍ଚକୁ ପଚାରିବାକୁ ଗଲେ ସେ କିଛି ଉତ୍ତର ଦେଉ ନାହାନ୍ତି l ପୁଣି ଏହି ବିଷୟକୁ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବିଡ଼ିଓ ଙ୍କୁ ପଚାରିବା ପାଇଁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ l ସରକାର ନିୟମ ଅନୁସାରେ ମନରେଗା ଯୋଜନାରେ ଶ୍ରମିକ ନିଯୁକ୍ତି କରି କାର୍ଯ୍ୟ  କରିବା କଥା l ହେଲେ ଏଠାରେ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଛି l ଗ୍ରାମୀଣ ଉନ୍ନୟନ ନିର୍ମାଣ କାର୍ଯ୍ୟ ଗୁଡିକ ଉଚ୍ଚ ସ୍ତରରେ ତଦନ୍ତ କରାଯିବାକୁ ଲୋକେ ଦାବୀ କରୁଛନ୍ତି l

0
0
0
s2sdefault