ହେଡଲାଇନସ୍:

ରାସ୍ତାରେ ବାଲି ବସ୍ତା ଏବଂ କଂକ୍ରିଟ ପ୍ଲେଟ ପକାଇ କାରରୁ ଲୁଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଅଧିନସ୍ଥ କଳିଙ୍ଗିଆ ଘାଟି ଭାଲିଙ୍ଗିଆ ଛକରେ ୬ରୁ ଉର୍ଦ୍ଧ୍ବ ଡକାୟତ ଏକ କାରକୁ ଅଟକାଇ ଲୁଟ କରିଥିବା ଅଭିଯୋଗ ହୋଇଛି I ପ୍ରାପ୍ତ ସୂଚନା ମୁତାବକ ଶଙ୍କରାଖୋଲ ଗ୍ରାମର ଦ୍ବୀତିକୃଷ୍ଣ ପାଢ଼ୀ ଶନିବାର ବିଳମ୍ବିତ ରାତି ପ୍ରିୟ ୧୨.୩୦ମିରେ ଓଡି ୧୨ଏସ୧୦୦୭ ଆଇ୧୦ କାର ଯୋଗେ ଶଙ୍ଖରାଖୋଲ ନିଜ ଗ୍ରାମକୁ ଫେରୁଥିଲେ I ଏତିକି ବେଳେ କଳିଙ୍ଗିଆ ଘାଟି ଭାଲିଙ୍ଗିଆ ଛକରେ ଡକାୟତ ମାନେ ଯୋଜନା ମୁତାବକ ରାସ୍ତା ଉପରେ ବାଲି ବସ୍ତା ଏବଂ କଂକ୍ରିଟ ପ୍ଲେଟ ପକାଇ ଥିଲେ I ଯାହା ଫଳରେ ଦ୍ବୀତିକୃଷ୍ଣ ପାଢ଼ୀ କାର ଆଣିନପାରି ସେଠାରେ ଅଟକି ଥିଲେ I ଏତିକି ବେଳେ ଡକାୟତମାନେ ପ୍ରଥମେ କାରର ପଛପଟ ଗ୍ଲାସ ଭାଙ୍ଗି ଭୟଭୀତ କରି ଯାହା ଧରି ଥିଲେ ମାଗିଥିଲେ I ଏହା ସହ ଯାହା ପାଖରେ ଅଛି ନ ଦେଲେ ଜୀବନରେ ମାରି ଦେବେ ବୋଲି ଧମକ ଦେଇ ଥିଲେ I ଏଥିରେ ଭୟଭୀତ  ହୋଇ କାରଚାଳକ ଜଣକ ପାଖିରେ ଥିବା ନଗଦ୧୦,୦୦୦ ଟଙ୍କା ସହ ଏକ ମୋବାଇଲ ଦେଇ ଥିଲେ I ଡକାୟତମାନେ ଟଙ୍କା ଏବଂ ମୋବାଇଲ ନେଇ ଫେରାର ହୋଇ ଥିଲେ I ଦ୍ବିତୀ କୃଷ୍ଣ ସେଠାରୁ ଆସି କଳିଙ୍ଗିଆ ଠାରେ କାର୍ଯ୍ୟରତ ପୁଲିସ ଏବଂ ଟିକାବାଲି ପୁଲିସକୁ ମଧ୍ୟ ସୂଚନା ଦେଇ ଥିଲେ I ହେଲେ କୌଣସି ପ୍ରକାର ପୁଲିସ ପକ୍ଷରୁ ସହଯୋଗ ନ ମିଳିବାରୁ ଦ୍ବୀତିକୃଷ୍ଣ ନିଜ ଗ୍ରାମ ଶଙ୍ଖରାଖୋଲକୁ ଯାଇ ଥିଲେ I ପୁଣି ରବିବାର ସକାଳେ ଘୁ.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରି ଥିବା ସୂଚନା ମିଳିଛି I ବର୍ତ୍ତମାନ କରୋନା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ଥିବା ବେଳେ ଡକାୟତଙ୍କ ଏହି କାରନାମା ସାଧରଣ ଜନତାଙ୍କୁ ଭୟଭୀତ କରିଛି I ତେଣୁ ପୁଲିସ ପକ୍ଷରୁ କଡା ପେଟ୍ରୋଲିଂ କାରିବା ପାଇଁ ସାଧାରଣରେ ଦାବୀ ହୋଇଛି I ଶନିବାର ରାତ୍ରିରେ ଡକାୟତମାନେ ତିନୋଟି ଗାଡିରୁ କଳିଙ୍ଗିଆ ଘାଟିରେ ଲୁଟ କରିଥିବା ଲୁଟର ଶିକାର ହୋଇ ଥିବା ଦ୍ବୀତିକୃଷ୍ଣ ସୂଚନା ଦେଇ ଛନ୍ତି I

0
0
0
s2sdefault