ହେଡଲାଇନସ୍:

ଓଡ଼ଗାଁ ବନ ବିଭାଗକୁ ଗୋଟିଏ ଦିନରେ ୩ଟି ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨ଟି ସ୍ଥାନରେ ଚଢାଉ କରିବା ସହିତ ମୂଲ୍ୟବାନ କାଠ ବୋଝେଇ ପିକପ ଜବତ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚଡିଙ୍କ ନିର୍ଦ୍ଦେଶରେ ରବିବାର ଦିନ ସକାଳେ ୨ଟି ସ୍ଥାନରେ ଚଢାଉ କରି ବହୁ ମୂଲ୍ୟବାନ କାଠପଟା ଜବତ କରିଛନ୍ତି । ସେଠାରୁ ଫେରିବା ବାଟରେ ଓଡ଼ଗାଁ ବାହାଡ଼ାଝୋଲା ରାସ୍ତାର ମଶାବାରୀ ପୋଲ ନିକଟରୁ ମୂଲ୍ୟବାନ କାଠ ବୋଝେଇ ଏକ ପିକ୍ଅପ ଭ୍ୟାନକୁ ଜବତ କରିବାରେ ସଫଳ ହୋଇଛନ୍ତି । ଜବତ କାଠ ପଟାର ମୁଲ୍ୟ ୧ଲକ୍ଷ ୫୦ହଜାରରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।

 ସୂଚନା ଅନୁସାରେ ବାହାଡ଼ାଝୋଲା ଅଂଚଳ ରବିଗାଡିଆ ପଂଚାୟତ କଇଠପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତି ବାଡିପାଖରେ ପାଳଘୋଡାଇ ଲୁଚେଇ ରଖିବା କାଠପଟା ସମ୍ପର୍କରେ ଖବର ପାଇଥିଲେ । ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଓଡ଼ଗାଁ ରେଞ୍ଜର ରବିନ୍ଦ୍ରନାଥ ପଣ୍ଡା, ବନପାଳ ସରିତା ବରାଳ, ଜ୍ୟୋତିରଞ୍ଜନ ମାନସିଂ, ଶୁଭେନ୍ଦୁ ନାୟକ ଓ ବନରଖି ମାନଙ୍କ ସହାୟତାରେ ଚଢାଉକରି ସେଠାରୁ ୧୦୩ ଖଣ୍ଡ ପଟା ଜବତ କରିଛନ୍ତି । ସେହିପରି ହରିପୁର ପଂଚାୟତ ସିଆରିମାଲରୁ କାଠ କାଟୁଥିବା ସମୟରେ ୩ଟି ଶାଳଗଣ୍ଡି ଓ କରତ ଜବତ କରିଥିଲେ ମଧ୍ୟ ଘଟଣା ସ୍ଥଳରୁ କଟାଳୀମାନେ ଦୈାଡି ଚାଲିଯାଇଥିବାସୂଚନା ମିଳିଛି । ଏଥି ସହିତ ବାହାଡ଼ାଝୋଲା ଅଂଚଳରୁ ଚଢାଉକାର୍ଯ୍ୟ ସାରି ଫେରିବା ବାଟରେ ବାହାଡାଝୋଲା-ଓଡ଼ଗାଁ ମଶାବାରୀ ଠାରୁ ମୂଲ୍ୟବାନ କାଠ ବୋଝେଇ ଏକ ପିକାପ୍ ଭ୍ୟାନ ଓଡି ୨୫-ଇ-୫୭୮୨ ନମ୍ବର ବିଶିଷ୍ଟ ଗାଡିକୁ ଜବତ କରିବାରେ ସଫଳ ବନ ବିନବିଭାଗ ସଫଲ ହୋଇପାରିଛି । ସୁଚନା ଥାଉକି ୨ଦିନ ତଳେ ଓଡ଼ଗାଁ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବାସାଘରେ ପୋଲିସ ମୁଖ୍ୟାଳୟ ତରଫରୁ ବନବିଭାଗ ସହାୟତାରେ ଚଢଉାଉ କରାଯାଇଥିବା ତଥ୍ୟ ଏବେ ପର୍ଯ୍ୟନ୍ତ ସାଧାରଣରେ ପ୍ରକାଶ କରାଯାଇନଥିବା ଏକ ପ୍ରଶ୍ନବାଚି ସୃଷ୍ଟି କରିଛି ।  

0
0
0
s2sdefault