ହେଡଲାଇନସ୍:

ନୂଆପଡାରେ ଥମୁନି କରୋନା ପଜିଟିଭ: ପ୍ରଥମ ମହିଳାଙ୍କ ସମେତ ୪ ଜଣ ସଂକ୍ରମିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୁଆପଡା(ଅମିତ ପୁରୋହିତ) : ନୂଆପଡା ଜିଲାରେ ପ୍ରଥମ ମହିଳା କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଏକ ସାମ୍ବାଦିକ ସମ୍ମିଳନୀ  ଜରିଆରେ ସୂଚନା ଦେଇଛନ୍ତି । ସୂଚନାନୁସାରେ ନୂଆପଡା ରେ  ଆଉ ୪ ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ମାନେ ସଂଗରୋଧ କେନ୍ଦ୍ରରେ ଥିଲେ ଓ ସେମାନଙ୍କ ବୟସ ୨୩ ରୁ ୪୨ ବର୍ଷ ଭିତରେ ଥିଲାବେଳେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣା ପଡିଛି । ଏହି ୪ ଜଣ ଙ୍କ ମଧ୍ୟରୁ ୨ଜଣ ଖଡିଆଳ ବ୍ଲକର ଚିନ୍ଦାଗୁଡା ସଂଗରୋଧ କେନ୍ଦ୍ରରେ ଥିଲେ । ଗତ ୧୮ମଇ ରେ ଉକ୍ତ ଦୁଇ ଜଣ ମହାରାଷ୍ଟ୍ରରୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ । ଅନ୍ୟ ଜଣେ ସେହି ବ୍ଲକର ସାନମହେଶ୍ୱର  ପ୍ରାଥିମିକ ବିଦ୍ୟାଳୟ ସଂଗରୋଧ କେନ୍ଦ୍ର ଥିଲେ । ମହିଳା ଆକ୍ରନ୍ତ ଜଣକ  କୋମନାବ୍ଲକ କୋନାବିରା ସଂଗରୋଧ କେନ୍ଦ୍ର ଥିଲେ । ସିଏ ନିଜ ସ୍ୱାମୀ ଙ୍କ ସହ ଗତ ୧୬ ମଇରେ ମହାରାଷ୍ଟ୍ରରୁ ଫେରି ସଂଗରୋଧ କେନ୍ଦ୍ରରେ ରହିଥିଲେ । ଏମାନଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହେବାପରେ ଏମାନଙ୍କୁ ପ୍ରଥମେ ନୂଆପଡା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଇ ପରେ ବଲାଙ୍ଗିର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ଜିଲାପାଳ ଙ୍କ କହିବା ମୁତାବକ ସେହି ସଂଗରୋଧ କେନ୍ଦ୍ର ଗୁଡିକର ୭କିମି ପରିଧି ଅଞ୍ଚଳକୁ ବଫର ଜୋନ୍ ଘୋଷଣା କରାଯାଇଛି ।  ଉକ୍ତ ସଂଗରୋଧ କେନ୍ଦ୍ର ଗୁଡିକର  ଅନ୍ୟ ପ୍ରବାସୀ ମାନଙ୍କ ନମୁନା ତୁରନ୍ତ  ସଂଗ୍ରହ କରାଯାଇ ପରିକ୍ଷଣ କରିବାପାଇଁ ପଠାଇବାର ବ୍ୟବସ୍ଥା କରାଯାଇଛି । ନୂଆପଡା ଜିଲାରେ ଗତ ୨୪ ମଇରେ ଜଣେ ୨୬ ମଇରେ ଜଣେ ୨୭  ମଇରେ ୧୨ଜଣ ଓ ୨୯ ମଇରେ ୧୨ଜଣ  କୋରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଆଜିର ୪ ପଜିଟିଭ କୁମିଶାଇ ନୂଆପଡା ଜିଲ୍ଲରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୩୦ କୁ ଛୁଇଁଛି । 

0
0
0
s2sdefault