ହେଡଲାଇନସ୍:

ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଜୁ ଜନତା ଦଳର ଏକ ନିୟମିତ କାର୍ଯ୍ୟକ୍ରମ । କିନ୍ତି ବର୍ତମାନ ଆମର ବିଶ୍ୱ ଯେଉଁ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି ତାହା ଆଜି କାହାରିକୁ ଅଛପା ନାହିଁ । ମୁଖ୍ୟତଃ ପ୍ରବଳ ଖରା ସାଙ୍ଗକୁ  ଲକଡାଉନ ଓ କୋରୋନା କଟକଣା ପାଇଁ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖା ଯାଉଛି । ରକ୍ତ ଭଣ୍ଡାରର ଏହି ରକ୍ତାଭାବକୁ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶରେ ବିଜୁ ଜନତା ଦଳର ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିରର ଆୟୋଜନ କରୁଛନ୍ତି । ଏହି କ୍ରମରେ ଆଜି ପାଇକମାଲ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ରେ ପଦ୍ମପୁର ବିଜୁ ଜନତା ଦଳ ତରଫରୁ  ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ପ୍ରତ୍ୟକ୍ଷ  ତତ୍ୱବାଧାନ ରେ ଏକ ମେଗା ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା । କୋବିଡ଼ 19 ସମ୍ମନ୍ଧୀୟ ସମସ୍ତ କଟକଣାକୁ ପାଳନ କରି ଏହି ଶିବିରକୁ ମାତ୍ର 53 ଜଣ ରକ୍ତଦାତା ଙ୍କୁ ଡକା ଯାଇଥିଲା । ଏହା ସହିତ ନିଜେ ବିଧାୟକ ରକ୍ତଦାନ ପୂର୍ବରୁ ସମସ୍ତ ରକ୍ତ ଦାତାଙ୍କୁ ହାତ ଧୁଆଇବା ସହିତ ସେନିଟାଇଜର ହାତରେ ବୋଲିବା ପାଇଁ ଦେଇଥିଲେ । ଏହି ଶିବିରରେ ବିଧାୟକଙ୍କର ପ୍ରେରଣା ପାଇ ବହୁ ସଂଖ୍ୟକ ରକ୍ତଦାତା ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ । ଯୁବ ବ୍ୟବସାୟୀ ସୁମିତ କୁମାରଙ୍କର  ପ୍ରସ୍ତାବକୁ ସମ୍ମାନ ଜଣାଇ ଓ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ରକ୍ତଦାତାଙ୍କୁ ବିଧାୟକ ଉତ୍ତରୀୟ , ଓ ମାନପତ୍ର ଦେଇ ସମ୍ମାନିତ କରିବା ସହିତ ଆବଶ୍ୟକ ସମୟରେ ସ୍ୱତଃପ୍ରବୃତ୍ତ ଭାବରେ ରକ୍ତଦାନ କରିବାକୁ ପ୍ରେରିତ କରିଥିଲେ । ମହିଳା ରକ୍ତଦାତା ମାନଙ୍କୁ ଉତ୍ତରୀୟ , ମାନପତ୍ର ସହିତ ଏକ ଟ୍ରଫି ମଧ୍ୟ ପ୍ରଦାନ କରିଥିଲେ ବିଧାୟକ । ଏହି ଅଵସର ରେ ପାଇକମାଲ ଅଂଚଳର ଶ୍ରୀ ବିଜୟ କୁମାର ରାଓ , ଶ୍ରୀ ଗୌତମ ସିଂ , ଶ୍ରୀ ହୃଦାନନ୍ଦ ବାରିକ , ପୂର୍ବତନ ତହସିଲଦାର ଶ୍ରୀ ରାଉତ ବାବୁ , ପାଇକମାଲ ଡାକ୍ତରଖାନାର ଡାକ୍ତର , ଫର୍ମାସିଷ୍ଟ , ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ , ସମିତି ସଭ୍ୟ ଶ୍ରୀ ବିଜୟ କୁମାର ସ୍ୱାଇଁ , ଶ୍ରୀ କୁସୁମ ରାଓ ପ୍ରମୁଖଙ୍କୁ ମଧ୍ୟ ଉତ୍ତରୀୟ ଦେଇ ବିଧାୟକ ସମ୍ମାନିତ କରିଥିଲେ । ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦଙ୍କର ସମେତ ଆଜିକାର ଏହି ମେଗା ରକ୍ତଦାନ ଶିବିରରେ 53 ଜଣ ରକ୍ତଦାନ କରିଥିଲେ । ଏହି ଶିବିରକୁ ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମାହୁତ ଓ ତାଙ୍କର ସହଯୋଗୀ ମାନେ ପରିଚାଳନା କରିଥିଲେ ।

0
0
0
s2sdefault