ହେଡଲାଇନସ୍:

“ ବନ୍ଦେ ଉତ୍କଳ ଜନନୀ” – ସାରା ଓଡ଼ିଶା ସହ ସ୍ୱର ମିଳାଇଲା ସୋଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ମଧ୍ୟ କାଳଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ “ବନେ୍ଦ ଉକ୍ରଳ ଜନନୀ” ଗାନ କରିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୁମିକା ନେଇଥିବା ଏହି ଦେଶାତ୍ମବୋଧକ ସଂଗୀତଟିକୁ ସୋଆର ଛାତ୍ରଛାତ୍ରୀଙ୍କ ସମେତ ପ୍ରଫେସର, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ତୃପକ୍ଷ ଓ କର୍ମଚାରୀ ମାନେ ସନ୍ଧ୍ୟା ସାଢେ଼ ୫ଟା ରେ ସୋଆ କ୍ୟାମ୍ପସରେ ଏହି ସଂଗୀତ ସମୁହ ଗାନ କରିଥିଲେ ।

କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବାକୁ ଗତ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଆଙ୍କୁ “ବନେ୍ଦ ଉକ୍ରଳ ଜନନୀ” ଗାନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଯିଏ ଯେଉଁଠାରେ ବି ଥାଆନ୍ତୁ ସାମାଜିକ ଦୂରତା ରକ୍ଷା କରି ଏହି ସଂଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ସୋଆ କୁଳପତି ତଥା ପ୍ରସିଦ୍ଧ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର, ବିଭିନ୍ନ ଅନୁଷ୍ଠାନର ଡିନ୍, ପ୍ରଫେସର, ଫ୍ୟାକଲ୍ଟି ମେମ୍ବର୍ସ, ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରି ସାମିଲ ହୋଇଥିଲେ ।

ସୋଆ ବର୍ତମାନର କୋଭିଡ-୧୯ସହ ଯୁଦ୍ଧରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟ ସରକାରଙ୍କ ସହଭାଗିତାରେ ୩ଟି ଓଡ଼ିଶା କୋଭିଡ ଡାକ୍ତରଖାନା ପରିଚାଳନା କରୁଛି । ଭୁବନେଶ୍ୱର ଠାରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୫୨୫ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା କାର୍ଯ୍ୟ କରୁଥିବା ବେଳେ ତାଳଚେର ଠାରେ ୧୫୬ ଶଯ୍ୟା ବିଶିଷ୍ଟ ଓ କେନ୍ଦ୍ରାପଡ଼ା ଠାରେ ୧୧୦ ଶଯ୍ୟା ବିଶିଷ୍ଟ ଦୁଇଟି ଡାକ୍ତରଖାନା କାର୍ଯ୍ୟ କରୁଛି । ଅନେକ କୋଭିଡ ରୋଗୀ ଏହି ଡାକ୍ତରଖାନା ଗୁଡ଼ିକରେ ଚିକିତ୍ସିତ ହୋଇ ସୁସ୍ଥତା ଲାଭ କରୁଛନ୍ତି । 

0
0
0
s2sdefault