ହେଡଲାଇନସ୍:

କରୋନା ଯୋଦ୍ଧାଙ୍କୁ ସମ୍ମାନ : କିଟ୍ କିସ୍ ଓ କିମ୍ସ ପକ୍ଷରୁ ବନ୍ଦେ ଉତ୍କଳ  ଜନନୀ ଗାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କିମ୍ସ ପରିସରରେ କିଟ୍, କିମ୍ସ ଓ କିସର  ପଦାଧିକାରୀ ଓ କର୍ମଚାରୀମାନେ ସମୂହ  ବନ୍ଦେ ଉତ୍କଳ  ଜନନୀ ଗାନ କରିଥିଲେ । ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ତା ଅଚ୍ୟୁତ  ସାମନ୍ତ କହିଲେ, ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀ, ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯେଉଁମାନେ କୋଭିଡ୍ ଯୋଦ୍ଧା ଭାବେ ଦିନରାତି କରୋନା ଆକ୍ରାନ୍ତଙ୍କ ସେବାରେ ନିୟୋଜିତ ଅଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ଆମର କର୍ତବ୍ୟ ।

କରୋନା ରୋଗୀଙ୍କ ନିରନ୍ତର ସେବା ଯୋଗାଇ ଆସୁଥିବା କିମ୍ସ କୋଭିଡ୍ ହସ୍ପିଟାଲରେ  ନିୟୋଜିତ ଡାକ୍ତର ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଶ୍ରୀ ସାମନ୍ତ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ୩ ମାସ ଧରି ଏମାନେ ନିଜ ପରିବାର ଭୁଲି କରୋନା ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି । ସମଗ୍ର ଭାରତରେ କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରିବାରେ କିମ୍ସ ହେଉଛି ପ୍ରଥମ । କେବଳ ଏମାନେ ନୁହନ୍ତି, କିଟ୍ ଓ କିସ୍ର ବହୁ କର୍ମଚାରୀ ମଧ୍ୟ ତାଲାବନ୍ଦ ଦିନଠାରୁ ଆଜି ପର୍ଯ୍ୟନ୍ତ କରୋନା ଯୋଦ୍ଧା ଭାବେ ବିଭିନ୍ନ ସେବା ଯୋଗାଇ ଆସୁଛନ୍ତି । ତାଲାବନ୍ଦ ସମୟରେ ବିଭିନ୍ନ ଅଂଚଳ ବୁଲି ଏହି କର୍ମଚାରୀମାନେ ଗରିବ, ନିରାଶ୍ରୟ ତଥା ପୋଲିସ୍ କର୍ମଚାରୀଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଉପକରଣ ଯୋଗାଇ ଦେଇ ଆସୁଛନ୍ତି ।

ଏବେ ବି ଯେଉଁଠି ଯେତେବେଳେ ସାହାଯ୍ୟର ଆବଶ୍ୟକ ପଡ଼ୁଛି କିଟ୍ ଓ କିସ୍ର ଏହି କରୋନା ଯୋଦ୍ଧାମାନେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ୟାକେଟ୍ ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ ଲୋକଙ୍କ ନିକଟରେ ପହଁଚାଉଛନ୍ତି । ସେମାନେ ମଧ୍ୟ ପ୍ରଶଂସାର ପାତ୍ର । ଅସମୟରେ କିଟ୍ ଓ କିସ୍ ସର୍ବଦା ଲୋକଙ୍କୁ ସେବା ଯୋଗାଇ ଦେଇ ଆସିଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।

0
0
0
s2sdefault