ହେଡଲାଇନସ୍:

ଟିଟିଲାଗଡ ରେ ସାର୍ବଜନୀନ ଭାବେ ବନ୍ଦେ ଉତ୍କଳଜନନୀ ଗାନ କରାଗଲା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ (ଗୌରବ ଦର୍ଜୀ) : କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ୩୦ ତାରିଖ ଶନିବାର ସନ୍ଧ୍ୟା ୫ଟା ୩୦ରେ ସମସ୍ତେ ‘ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଓଡ଼ିଶା ମାଟି ସହ ସମ୍ପର୍କ ଥିବା ସମସ୍ତଙ୍କୁ , ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ସେ ଏହି ଅନୁରୋଧ କରିଥିଲେ।

ଏହି ପରିପ୍ରକ୍ଷୀରେ ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଓଡ଼ିଶା ପ୍ରାଦେଶିକ ସଙ୍ଗୀତ ଗାନ ଉଦ୍ଦେଶ୍ୟରେ ଏକ ସମାରୋହ ର ଆୟୋଜନ କରିଥିଲେ। ଟିଟିଲାଗଡ ରେଳବାଇ ଷ୍ଟେସନ ନିକଟରେ ଏହି ସମାରୋହ ପାଳନ କରାଯାଇଥିଲା। ଏଥିରେ ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ,  ଟିଟିଲାଗଡ ର ସମସ୍ତ ପୋଲିସ ଅଧିକାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ସ୍ଵେଚ୍ଛା ସେବୀ ସଙ୍ଗଠନ , ଟିଟିଲାଗଡ ବଣିକ ସଂଘ, ସରକାରୀ ଡାକ୍ତରଖାନା ର ନର୍ସ ସାମ୍ବାଦିକ ଗଣ ଉପସ୍ଥିତ ହୋଇ ସାମାଜିକ ସୁରକ୍ଷା ରକ୍ଷା କରି ବନ୍ଦେ ଉତ୍କଳଜନନୀ ଗାନ କରି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିଥିଲେ।

0
0
0
s2sdefault