ହେଡଲାଇନସ୍:

ବନ୍ଦେ ଉତ୍କଳ ଜନନୀ ରେ ଗୁଞ୍ଜରିତ ହେଲା କୋକସରାର ବିଭିନ୍ନ ଅଞ୍ଚଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କରୋନା ଯୋଦ୍ଧା ଙ୍କୁ ସମ୍ମାନ ଓ ଉତ୍ସାହିତ କଲେ ବିଭିନ୍ନ ଅନୁଷ୍ଠାନ 

କଳାହାଣ୍ଡି ଧର୍ମଗଡ ସୁଶାନ୍ତ ରାଉତ : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଏକାଠି ହୋଇଛନ୍ତି ସବୁ ଓଡ଼ିଆ l କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସାରା ଓଡିଶା ରେ ଗୁଞ୍ଜରିତ ହୋଇଛି ବନ୍ଦେ ଉତ୍କଳ ସଂଗୀତ l ସେହିପରି  ଯେଉଁମାନେ ରାଜ୍ୟର ଘଡିସନ୍ଧି ମୁହୂର୍ତ୍ତରେ ଦିନରାତି ନିଜ ପରିବାରକୁ ଭୁଲି ସେବା କରି ନିଜର ଏକାଗ୍ରତା ଦେଖାଇଛନ୍ତି ତାଙ୍କ ଉଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା କୋକସରା ବ୍ଲକ ରେ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମେତ ପ୍ରବାସୀ ଶ୍ରମିକ ମାନେ ରହିଥିବା ସଂଗରୋଧ ଶିବିରରେ ମଧ୍ୟ ପ୍ରବାସୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ,  କୋକସରା ବିଜେଡି କାର୍ଯଲୟ ରେ ବିଧାୟକ ମୌସଧି ବାଗ,  ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଅଧିକାରୀ  ତତ୍ୱଦର୍ଶୀ ଦାସ, ଲଡ଼ୁଗାଁ ସରପଞ୍ଚ କହେଁଇଚରଣ ଦାସ, ଚିକିଲି ସଙ୍ଗରୋଧ କେନ୍ଦ୍ର, କୋଉଡଲା ସଙ୍ଗରୋଧ କେନ୍ଦ୍ର ରେ ବନ୍ଦେ  ଉତ୍କଳ ଜନନୀ ଗାନ କରାଯାଇଛି | ଏହା ବ୍ୟତୀତ ଜନ ସାଧାରଣ ମଧ୍ୟ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ  ଓ  ଧର୍ମଗଡ଼ ରେ ମଧ୍ୟ ସଫଳ ହୋଇଛି l ସହର ର ବିଭିନ୍ନ ଜାଗା ଚାରିଛକ୍ ବିଜୁଜନତା ଦଳ,ଏସଟି ସ୍କୁଲ୍ ଛକ୍, ତିନି ଛକ ଓ ମା ଭଣ୍ଡାର ଘରଣୀ ମନ୍ଦିର ନିକଟରେ  ସାମୁହିକ ଭାବରେ ସାମାଜିକ ଦୂରତା ରକ୍ଷା କରି ସଙ୍ଗୀତ ମାଧ୍ୟମ ରେ ସମ୍ବର୍ଦ୍ଧନା ଦିଆଯାଇଛି l ସେହିପରି ପୋଲିସ ପକ୍ଷରୁ ଧର୍ମଗଡ଼ ଥାନା ଓ ଉପଖଣ୍ଡ ପୋଲିସ ଅଧିକାରୀ କର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି ଏଥିରେ ଶହ ଶହ ଲୋକ ଉପସ୍ଥିତ ଥିଲେ |

0
0
0
s2sdefault