ହେଡଲାଇନସ୍:

ବନ୍ଦେ  ଉତ୍କଳ ଜନନୀ ଗାନରେ ମୁଖରିତ ହୋଇ ପଡ଼ିଲା ବାରିପଦା ପୌରପରିଷଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ  ଠିକ୍ ସାଢେ଼ ୫ଟା ସମୟରେ ବନ୍ଦେ  ଉତ୍କଳ ଜନନୀ ସଙ୍ଗୀତର ସୁମଧୁର ମୁର୍ଚ୍ଛନା ବାରିପଦା ପୌରପରିଷଦର ଗଗନପବନକୁ ମୁଖରିତ କରାଇ ଦେଇଥିଲା । ଏହି ସମୟରେ ବାରିପଦା ସହରର ପ୍ରାୟତଃ ସମସ୍ତ ଜନସାଧାରଣ ଯିଏ ଯେଉଁଠାରେ ଥିଲେ ସେହିଠାରେ ଥାଇ ବନ୍ଦେ  ଉତ୍କଳ ଜନନୀ ଗାନ କରୁଥିବାର ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ବିଭାଗ  ପକ୍ଷରୁ ବାରିପଦା ଟାଉନ ଥାନା ସମ୍ମୁଖରେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ  ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।  ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର, ଏଡ଼ିସନାଲ ଏସପି ଅଭିମନୁ୍ୟ ନାୟକ, ବାରିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦ, ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରମୁଖଙ୍କ ସମେତ ପୁଲିସ ବିଭାଗର କର୍ମଚାରୀ ଓ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

ସେହିପରି ବାରିପଦା ସହରରେ ଥିବା ବିଜୁ ଭବନ ପରିସରରେ ମଧ୍ୟ ଏହି ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ଗାନ କରାଯାଇଥିବା ସମୟରେ ଓଡ଼ିଶା ରାଜସ୍ୱ ଓ ପ୍ରାକୃତ୍ତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡି, ରାଜ୍ୟ କୃଷି ନିଗମର ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରିଣୀ ସଭାପତି ଦେବାଶିଷ ମହାନ୍ତି, ଯୁବ ବିଜେଡ଼ି ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ବୀଣାପାଣି ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ ।

 ଏଥି ସହିତ ବାରିପଦା ପୌରପରିଷଦର ଉପକଣ୍ଠ ଡ଼ିଭାଇନ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ମଧ୍ୟ ବନ୍ଦେ  ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିବା ବେଳେ ଏଥିରେ ଅନୁଷ୍ଠାନର  ନିଦେ୍ର୍ଧଶକ ବିପ୍ଳବ ଭଞ୍ଜନ ବୁଗୁଡେ଼ଇ, ଅଧ୍ୟକ୍ଷ ଅଭିନ୍ନ ପ୍ରମୁଖଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ, ନିଜର ସୁଖ ସ୍ୱାଚ୍ଛନ୍ଦକୁ ତ୍ୟାଗ କରି ନୋଭେଲ କରୋନା ମହାସଂଗ୍ରାମରେ ଅବତୀର୍ଣ୍ଣ ଯୁଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉତ୍ସାହିତ କରାଇବା ନିମନ୍ତେ  ବିଶ୍ୱର କୋଣ ଅନୁକୋଣରେ ରହୁଥିବା ସମସ୍ତ ଓଡ଼ିଆମାନଙ୍କୁ ବନ୍ଦେ  ଉତ୍କଳ ଜନନୀ ଗାନ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ଅନୁରୋଧ କରିଥିଲେ । 

0
0
0
s2sdefault