ହେଡଲାଇନସ୍:

ବାରିପଦା ସହରର ରାସ୍ତାଘାଟରେ ଗୁଡ଼ି ଉଡ଼ାକୁ ନେଇ ଜନଅସନ୍ତୋଷ ତୀବ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଡ଼ିର ମାଞ୍ଜ ସୂତାରେ ପଥଚାରୀ ଆହତ, ଏ ଦିଗରେ ପୁଲିସର ନିଘା ନାହିଁ କି ପଘା ନାହିଁ

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ୪ : ୦ ପର୍ଯ୍ୟାୟ ଲକ୍ ଡ଼ାଉନ ଜାରି ରହିଛି । ଫଳରେ ରାସ୍ତାଘାଟରେ ଗାଡ଼ି ମୋଟର ସହିତ ଜନସାଧାରଣଙ୍କ ଚଳପ୍ରଚଳ ସାମାନ୍ୟ କମ୍ ରହିଛି । ଏହି ସମୟରେ ବାରିପଦା ପୌରପରିଷଦର ବ୍ୟସ୍ତ ବହୁଳ ତଥା ମୁଖ୍ୟ ରାସ୍ତା ବଡ଼ଦାଣ୍ଡରେ ଏପରିକି ବାରିପଦା ଟାଉନ ଥାନା ପାଶ୍ୱର୍ରେ କେତେକ ଯୁବକ ଗୁଡ଼ି ଉଡ଼ାଉଥିବା ବେଳେ ଗୁଡ଼ିର ମାଞ୍ଜ ସୂତା ପଥଚାରୀ, ବାଇକ ଚାଳକମାନଙ୍କ ନିମନ୍ତେ ବିପଦର କାରଣ ପାଲଟି ଯାଇଛି । ମାଞ୍ଜ ଗୁଡ଼ି ସୂତା ଲାଗି ବିଭିନ୍ନ ସମୟରେ ପଥାଚାରୀ ଓ ବାଇକ ଚାଳକ ଆହତ ହେଉଛନ୍ତି । ଗତ ୨୫ ତାରିଖରେ ସୁଶାନ୍ତ ମହାନ୍ତି ବାରିପଦା ଟାଉନ ଥାନା ନିକଟରୁ ପ୍ରାୟ ୫୦ ଫୁଟ ଦୂର ବଡ଼ଦାଣ୍ଡ ପାଶ୍ୱର୍ରେ ଥିବା ଗୁରୁଜୀ ଗ୍ରୋସାରୀ ଦୋକାନରୁ ସାମଗ୍ରୀ କିଣି ଫେରୁଥିବା ବେଳେ ମାଞ୍ଜ ଗୁଡ଼ିର ସୂତା ବେକରେ ଲାଗିବାରୁ ଆହତ ହୋଇଥିଲେ । ସେହିପରି ରାଣୀ ସତୀ ମନ୍ଦିରର ପୂଜକ ବ୍ରିଜେସ ପଣ୍ଡିତଙ୍କର ବେକ କଟି କ୍ଷତ ସୃଷ୍ଟି ହୋଇଥିଲା । ପୁଣି ମୟୂରଭଞ୍ଜ ବାର ଆସୋସିଏସନର ସଦସ୍ୟ ତଥା ମାନବିକ ଅଧିକାର କର୍ମୀ ବିଶିଷ୍ଟ ଯୁବ ଆଇନଜୀବୀ ଅରବିନ୍ଦ ଦାସଙ୍କ ଅଭିଯୋଗ ଆଧାରରେ ଗତ ୨୮ ତାରିଖରେ ବାଇକରେ  ଯାଉଥିବା ବେଳେ ସେହି ବଡ଼ଦାଣ୍ଡର ଟାଉନ ଥାନା ପାଶ୍ୱର୍ରେ ମାଞ୍ଜ ଗୁଡ଼ିର ସୂତାରେ ତାଙ୍କ ଡ଼ାହାଣ ହାତ ବିଶି ଅଙ୍ଗୁଠି କଟି ଯାଇଥିଲା ଏବଂ ସେ ଥାନାକୁ ଫୋନ କରି ଜଣାଇଥିଲେ ମଧ୍ୟ ପୁଲିସ ନିଘା ନାହିଁ କି ପଘା ନାହିଁ ନୀତିକୁ ଆପଣେଇ ନେଇଥିବାର ପ୍ରକାଶ କରିଛନ୍ତି । ଏଥି ସହିତ କୌଣସି ବ୍ୟକ୍ତିର ମୃତ୍ୟୁ  ହେବା ପରେ ପରେ ପୁଲିସର ଚେତା ପଶିବ ବୋଲି ଆଇନଜୀବୀ ଶ୍ରୀଦାସ କହିଛନ୍ତି । ଏ ବିଷୟରେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଆମେ ପିଲାମାନଙ୍କୁ ରାସ୍ତାଘାଟରେ ଗୁଡ଼ି ନ ଉଡ଼ାଇବା ନିମନ୍ତେ ବାରମ୍ବାର ତାଗିଦ କରି ଆସୁଛୁ । ମାତ୍ର ଗୁଡ଼ି ସୂତାରେ ଜନସାଧାରଣ ଆହତ ହୋଇଥିବାର କୌଣସି ଅଭିଯୋଗ ଥାନାକୁ ଆସି ନାହିଁ । ତଥାପି ରାସ୍ତାଘାଟରେ ଗୁଡ଼ି ଉଡ଼ାଉଥିବା ପିଲାମାନଙ୍କ ଉପରେ ଲାର୍ଯ୍ୟନୁଷ୍ଠାନ  ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଥାଉକି, ଆକାଶରେ ଉଡ଼ୁଥିବା ଗୁଡ଼ିକୁ କଠାଇ ବା ନିମନ୍ତେ ମାଞ୍ଜ ସୂତାକୁ ବ୍ୟବହାର କରାଯାଇ ଥାଏ । ସୂତାରେ ଅଠା ସହିତ କାଚଗୁଣ୍ଡକୁ ମାଞ୍ଜ ଦିଆଯାଇ ଥାଏ । କେତେକ୍ନ ସହରରେ ଏହି ପ୍ରକାରର ମାଞ୍ଜ ସୂତାକୁ ବେଆଇନ ଘୋଷଣା କରାଯାଇଥିବାର କୁହାଯାଇଛି । 

 

0
0
0
s2sdefault