ହେଡଲାଇନସ୍:

 ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଫେକ ଫେସବୁକ ଆକାଉଣ୍ଟ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପ୍ରଥମେ  ବରଗଡ଼ ଜିଲ୍ଲାପାଳ ଓ ଏସପିଙ୍କର ପରେ ଏବେ ସାମାଜିକ ଗଣମାଧ୍ୟମ ଫେସବୁକରେ ପଶ୍ଚିମ ଓଡ଼ିଶାର ପ୍ରିୟନେତା ତଥା କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଫେକ ଫେସବୁକ ଆକାଉଣ୍ଟ  ଦେଖିବାକୁ ମିଳିଛି  | ଯାହାକି ବର୍ତମାନ ସମୟରେ ଚିନ୍ତାର କାରଣ ପଲଟିଛି । ନିଜ ନାମରେ ଫେକ ଆକାଉଣ୍ଟ ଥିବା ଜାଣିବା ପରେ ତୁରନ୍ତ  ମନ୍ତ୍ରୀ ନିଜ ଫେସବୁକ ରେ ମନ୍ତବ୍ୟ ଦେବା ସହିତ ଫେକ ଆକାଉଣ୍ଟର ସ୍କ୍ରିନସଟ ମଧ୍ୟ ଦେଇଛନ୍ତି , ଯାହା ଦ୍ୱାରାକି ସମସ୍ତେ ଜାଣିବା ପାଇଁ ସୁବିଧା ହେବ । ଏଠାରେ ଗୋଟେ କଥା ସ୍ପଷ୍ଟ ଯେ ଫେକ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତି ଜଣକ ନିଶ୍ଚିତ ଭାବରେ ମନ୍ଦ ଉଦ୍ଦେଶ୍ୟ  ରଖି ଏହିଭଳି କାର୍ଯ କରିଥିବ ଅଥବା  ମନ୍ତ୍ରୀ ଙ୍କୁ ବଦନାମ କରିବା ପାଇଁ ଏହିଭଳି କାମ କରିଥାଇପାରେ  । ଏଣୁ ସମସ୍ତେ ସଚେତନ ରହିବାକୁ ପଡିବ ।  ମନ୍ତ୍ରୀ ଶ୍ରୀ ସିଂଙ୍କ ନାମରେ ଫେକ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତି କିମ୍ବା ବ୍ୟକ୍ତି ବିଶେଷଙ୍କର ପ୍ରକୃତ ଯାଞ୍ଚ କରାଯାଇ ଦୋଷୀ ମାନଙ୍କର ବିରୋଧରେ ଦୃଢ଼ କାର୍ଯନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

0
0
0
s2sdefault