ହେଡଲାଇନସ୍:

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼/ ଶାସକ ପ୍ରଶାସକ: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ପାଇଁ ଓଡ଼ିଶା ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ଶନିବାର ଅପରାହ୍ନ ୫.୩୦ ମିନିଟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ଅନୁରୋଧ ରକ୍ଷାକରି ଯିଏ ଯେଉଁଠାରେ ଥିଲେ ସେ ସେହିଠାରେ ଛିଡ଼ା ହୋଇ ଏହି ସଂଗୀତ ଗାନ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ଙ୍କର କାର୍ୟାଳୟରେ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କର ନେତୃତ୍ୱରେ କାର୍ଯଳୟର ସମସ୍ତେ କର୍ମଚାରୀ , ଝାରବନ୍ଧ ବ୍ଲକ ଅଫିସ ରେ BDO ଶ୍ରୀ ରୁନୁ ଲାକ୍ରା ଙ୍କର ନେତୃତ୍ୱରେ, ଝାରବନ୍ଧ ତହସିଲ କାର୍ଯ୍ୟାଳୟ ରେ ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଅର୍ଯ୍ୟନ ପଣ୍ଡା ଙ୍କର ନେତୃତ୍ୱରେ , ପାଇକମାଲ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଙ୍କର ନେତୃତ୍ୱରେ, ପୈକମାଲ ଥାନାରେ DSP ଶ୍ରୀ ଦିନେଶ ନାଏକ ଓ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନେତୃତ୍ୱରେ , ଜଗଦଲପୁର ଥାନାରେ ଥାନା ଅଧିକାରୀ ଲିଲିମା ଲଳିତା ବାର୍ଳାଙ୍କର ନେତୃତ୍ୱରେ ଓ ବିଜେପୁର ତହସିଲ କାର୍ଯଳୟରେ ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା ଙ୍କର ନେତୃତ୍ୱରେ ସମସ୍ତ କର୍ମଚାରୀ ମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କୋରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଥିଲେ । ପାଇକମାଲ ତହସିଲ କାର୍ଯଳୟରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଏହି କାର୍ଯକ୍ରମରେ ସ୍ଥାନୀୟ ସାମ୍ବାଦିକ ଶ୍ରୀ ବଡ଼ ସଥପଥୀ ଓ ସୁରଥ ସାହୁଙ୍କୁ ଏହି ଅବସରରେ ସମ୍ମାନ ଜଣାଇଥିଲେ ।

 

0
0
0
s2sdefault