ହେଡଲାଇନସ୍:

ବିନା ଶ୍ରଦ୍ଧାଳୁରେ ହେବ ସ୍ନାନଯାତ୍ରା : ଖୋଲିବନି ଶ୍ରୀମନ୍ଦିର :  ଗଜପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

  • ରଥ ଯାତ୍ରା ସମ୍ପର୍କରେ ସରକାର ନେବେ ନିଷ୍ପତ୍ତି

  • ହେଲେ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ପାଇଁ ଅନୁମତି ଦେବା ଠିକ ହୋଇନପାରେ 

Puri/Bhubaneswar(shasak prashasak) :  ବିଧି ଅନୁସାରେ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ହେବ | ଏହି କାର୍ଯ୍ୟକ୍ରମରେ  ସୀମିତ ସଂଖ୍ୟକ ସେବକ ନିଯୁକ୍ତ ହେବେ | କୌଣସି ଚାନେଲକୁ ସିଧା ପ୍ରସାରଣ ସୁଯୋଗ ମିଳିବନି ଶ୍ରୀମନ୍ଦିରଠାରୁ | ସୂଚନା ଲୋକ ସମ୍ପର୍କ  ବିଭାଗକୁ ସିଧାପ୍ରସାରଣ ଦାୟିତ୍ବ ଦିଆଯିବ | ତେଣୁ ଶ୍ରଦ୍ଧାଳୁ ମାନେ  ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ |

ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜା ସୂଚନା ଦେଇ କହିଛନ୍ତି ଯେ,ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ଖୋଲିଲେ ଅସମ୍ଭବ ଭିଡ଼ ଦୃଷ୍ଟିରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ନିଷ୍ପତ୍ତିକୁ ଗ୍ରହଣ କରାଯିବ । ସୀମିତ ଶ୍ରଦ୍ଧାଳୁଙ୍କ ସହ  ଶ୍ରୀମନ୍ଦିର ପରିସରରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସାଧାରଣ ଦଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଓ ଦିଅ ଦର୍ଶନ ବନ୍ଦ ରହୁଥିବା ଦୃଷ୍ଟିରୁ ସାହାଣମେଲା ମଧ୍ୟ  ବନ୍ଦ ରଖାଯିବାକୁ ବୈଠକରେ ନିଷ୍ପତି ହୋଇଛି ।ସାଧାରଣ ଲୋକେ ଯେପରି  ସ୍ନାନଯାତ୍ରା ଓ ରଥଯାତ୍ରା ଟିଭିରେ ଦେଖିପାରିବେ ସେଥି ଲାଗି ଏହାର ସିଧା ପ୍ରସାରଣ ଦାୟିତ୍ୱ ସୂଚନା ଓ ଲୋକସମ୍ପର୍କ ବିଭାଗକୁ  ଦିଆଯାଇଛି । ସାରା ଦୁନିଆ ଲୋକେ ଯେଭଳି ଟିଭିରେ ଦେଖିବେ ସେନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ବ୍ୟବସ୍ଥା କରିବେ । ସ୍ନାନଯାତ୍ରାରେ କୋଭିଡ ଗାଇଡଲାଇନକୁ ସେବକମାନେ ପାଳନ କରିବେ । କରୋନା ରିସ୍କ ଏଡ଼ାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ନେଇ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା ସମିତି ମତଦେଇଥିବା ଗଜପତି ମହାରାଜା କହିଛନ୍ତି ।

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ରଥ ଯାତ୍ରା ସମ୍ପର୍କରେ ସରକାର ନେବେ ନିଷ୍ପତ୍ତି | ହେଲେ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ପାଇଁ ଅନୁମତି ଦେବା ଠିକ ହୋଇନପାରେ |  ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହେବ । କିନ୍ତୁ ଯାତ୍ରୀ ଓ ଭକ୍ତଙ୍କ ବିନା ଅନୁପସ୍ଥିତିରେ ରଥଯାତ୍ରା ହେବ । କେବଳ ସମ୍ପୃକ୍ତ ଅଧିକାରୀ, ପୁଲିସ ଓ ସେବାୟତଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇପାରିବ ବୋଲି ଗଜପତି ମହାରାଜା କହିଛନ୍ତି ।

ଆଜି ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସି ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା । ପାଳିଆ ସେବାୟତଙ୍କ ବ୍ୟତିତ ଅନ୍ୟ ସେବାୟତମାନେ କିଭଳି ସ୍ନାନମଣ୍ଡପ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ, ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ସ୍ନାନଯାତ୍ରାର ସିଧାପ୍ରସାରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲବନ୍ତ ସିଂ, ଏସପି ଉମାଶଙ୍କର ଦାସ୍ ଏବଂ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault