ହେଡଲାଇନସ୍:

ପ୍ରବାସୀ ଶିଶୁ ମାନଙ୍କ ସେବା ଯତ୍ନ ନେବା ପାଇଁ ଆର୍ଥିକ ସହାୟତା ପ୍ରଦାନ ଅଙ୍ଗନବାଡି କର୍ମୀ ସଂଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା  :- ସୋହେଲା ବ୍ଲକ ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ପ୍ରବାସୀ ଶିଶୁ ମାନଙ୍କ ସେବା ଯତ୍ନ ନେବା ପାଇଁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କରୋନା ସଂକ୍ରମଣ ହେଲା ଦିନଠାରୁ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରିବା ସହିତ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାର ଗୁରୁ ଦାୟିତ୍ୱ ବହନ କରିଛନ୍ତି । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ସଂଘ ତରଫରୁ ଆର୍ଥିକ ସହାୟତା କରି ବଦାନ୍ୟତାର ପରିଚୟ ଦେଇଛନ୍ତି ସଙ୍ଘର କର୍ମକର୍ତ୍ତା ମାନେ । ସୋହେଲା ସୀମାନ୍ତ ଲୁହୁରାଚାଟିରେ ସରକାରଙ୍କ ତରଫରୁ ଓଡିଶା-ମୋ ପରିବାର କାର୍ଯ୍ୟକ୍ରମକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଶୁଭାରମ୍ଭ କରିଛନ୍ତି । ପ୍ରଚଣ୍ଡ ଖରାରେ ପଥଚାରି ପ୍ରବାସୀ ଶ୍ରମିକମାନେ କଲବଲ ହେଉଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀ ପ୍ରବାସୀଙ୍କ ପିଲାଛୁଆଙ୍କ ପାଇଁ ଓଆରଏସ  ବଣ୍ଟନ କରି ମାନବ ସେବାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ପ୍ରଦତ୍ତ ଟଙ୍କା ପ୍ରବାସୀ ଶିଶୁଙ୍କ ସେବା ଯତ୍ନରେ ଲାଗିବା ପାଇଁ ଦିଆଯାଇଛି । ସଙ୍ଘର ଏହି ମହତ କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ ।

0
0
0
s2sdefault