ହେଡଲାଇନସ୍:

ବଢ଼ାଇଛି ଚିନ୍ତା : ନୂଆପଡାରେ ବଢି ଚଲିଛି କରୋନା ପଜିଟିଭ ସଂଖ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁଣି ଗୋଟିଏ ଦିନରେ ୧୨ ଟି ପଜିଟିଭ ଚିହ୍ନଟ, ମୋଟ ପହଁଚିଲା ୨୬ରେ 

୧୧ ଜଣ ମହାରଷ୍ଟ୍ର ଓ ଜଣେ ତେଲେଙ୍ଗାନା ଫେରନ୍ତା 

ଅଧିକାଂଶଙ୍କ କୌଣସି  ଲକ୍ଷଣ ଜଣାପଡୁ ନ ଥିଲେହେଁ ସ୍ୱାବ ପରୀକ୍ଷାରେ ଆସିଲା ପଜିଟିଭ

ନୂଆପଡା.(ଅମିତ ପୁରୋହିତ)  ; ଜିଲ୍ଲାରେ ପୁଣି ୧୨ ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ସାହୁ ଏକ ସମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି । ଜିଲ୍ଲାରେ ଏହାକୁ ମିଶାଇ କରୋନା ପଜିଟିଭ ସଂଖ୍ୟା ୨୬ ରେ ପହଞ୍ଚିଛି ।

ସୁଚନା ମୁତାବକ ଗୋଟିଏ ଦିନରେ ଜିଲ୍ଲାର ୪ ଟି ବ୍ଲକରେ ୧୨ ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଜିଲ୍ଲା ପ୍ରବାସୀ  ଏବଂ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବାର ଜଣାପଡିଛି । ଆକ୍ରାନ୍ତ ମାନେ ହେଲେ  ସଦର ବ୍ଲକ ଅନ୍ତର୍ଗତ ବିଜ୍ଞାନ ମହାବିଦ୍ୟାଳୟରେ ଥିବା ଅନ୍ୱେଷା ହଷ୍ଟେଲରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୨ ଜଣ, ସିନାପାଲି ବ୍ଲକର ନିଲଜି, ଗଣ୍ଡାବାହାଲି ଓ ଗୁଛାଗୁଡାରୁ ୩ ଜଣ, ବୋଡେନ ବ୍ଲକର +୩ କଲେଜ, ସରକାରୀ ହାଇସ୍କୁଲ ରୁ ୩ ଜଣ ଓ ଖଡିଆଳ ବ୍ଲକର ଦୋହେଲପଡା ରୁ ୪ ଜଣ । ଏମାନଙ୍କ ମଧ୍ୟରେ ଅଧିକାଂଶଙ୍କ କୌଣସି  ଲକ୍ଷଣ ଜଣାପଡୁ ନ ଥିଲେହେଁ ସ୍ୱାବ ପରୀକ୍ଷା ପଜିଟିଭ ଆସିଥିଲା । ଏମାନଙ୍କର ସ୍ୱାବ ପରୀକ୍ଷା ପାଇଁ ଗତ ୨୧ ଓ ୨୬ ତାରିଖ ଦିନ ଯାଇଥିଲା  । ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ମହାରଷ୍ଟ୍ର ଓ ଜଣେ ତେଲେଙ୍ଗାନା ଫେରନ୍ତା ଅଟନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ବଲାଙ୍ଗିର କୋଭିଡ୍ ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି । 

0
0
0
s2sdefault