ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତୀୟ ରେଳର ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ଵତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ ନିର୍ଦ୍ଦେଶନାମାରେ ସଂଶୋଧନ | ରେଳ ମନ୍ତ୍ରଣାଳୟ ଦ୍ଵାରା ସମସ୍ତ ସ୍ପେଶାଲ ଟ୍ରେନର ଅଗ୍ରୀମ ସଂରକ୍ଷଣ ଅବଧିକୁ ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି ନିଷ୍ପତ୍ତି |ସମସ୍ତ ୨୩୦ ଟ୍ରେନରେ ପାର୍ସଲ ଏବଂ ଲଗେଜ ବୁକିଂ ଅନୁମତି |
ପରିବର୍ତ୍ତିତ ନିର୍ଦ୍ଦେଶନାମା ମେ’ ୩୧, ୨୦୨୦ରୁ ହେବ କାର୍ଯ୍ୟକାରୀ |ଭାରତୀୟ ରେଳ ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ (ମୋଟ ୨୩୦ ଟ୍ରେନ) ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି । ରେଳ ମନ୍ତ୍ରଣାଳୟ ସମସ୍ତ ସ୍ପେଶାଲ ଟ୍ରେନଗୁଡିକର ଅଗ୍ରୀମ ସଂରକ୍ଷଣ ଅବଧି (ଏଆରପି)କୁ ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛି । ଏହି ସମସ୍ତ ୨୩୦ ଟ୍ରେନରେ ପାର୍ସଲ ଏବଂ ଲଗେଜ ବୁକିଂ ଅନୁମତି ଦିଆଯିବ । ଏହି ପରିବର୍ତ୍ତିତ ନିର୍ଦ୍ଦେଶନାମା ମେ’ ୩୧, ୨୦୨୦ ତାରିଖ ୦୮.୦୦ ଘଣ୍ଟା ଠାରୁ କାର୍ଯ୍ୟକାରୀ ହେବ । ଅନ୍ୟାନ୍ୟ ସର୍ତ୍ତାବଳୀ ଯେପରିକି, ଚଳିତ ବୁକିଂ, ସଡକ ପାର୍ଶ୍ୱ ଷ୍ଟେସନଗୁଡିକରେ ତତ୍କାଳ କୋଟା ଆବଣ୍ଟନ ନିୟମ ଇତ୍ୟାଦି ନିୟମିତ ସମୟ ସାରଣୀ ଟ୍ରେନ ସହ ସମାନ ରହିବ । ଏହି ନିର୍ଦ୍ଦେଶନାମାକୁ ଭାରତୀୟ ରେଳ ୱେବସାଇଟwww.indianrailways.gov.in ରେ ଦେଖିପାରିବେ ।