ହେଡଲାଇନସ୍:

ଏବେବି ବଂଚିଛି ମଣିଷ ପଣିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗର୍ଭବତୀ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ବଢ଼ାଇଲେ ସହାୟତାର ହାତ

 ବାରିପଦା(ଦିଲ୍ଲୀପ ମହାନ୍ତି)- ଏବେ ବି ମାନବିକତା ବଞ୍ଚିରହିଛି । କରୋନାକୁ ନେଇ ଲକ ଡ଼ାଉନ ଜାରି ରହିଥିବା ବେଳେ ମାନବ ସେବା ହିଁ ମାଧବ ସେବାର ଯଥାର୍ଥତା ପ୍ରମାଣିତ କରାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଥାନା ଅଞ୍ଚଳର ଲକ୍ଷ୍ମଣ ଟୁଡ଼ୁ, ସୁଜାତା ମୁଣ୍ଡା ଓ ତୁଷାର ମହାନ୍ତ ପ୍ରମୁଖ ସ୍ୱେଚ୍ଛାସେବୀମାନେ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗୋରୁମହିଷାଣି ରେଲୱେଷ୍ଟେସନ ନିକଟରେ ଏକ ମାସ ପୂର୍ବେ ଜଣେ ପାଗଳୀ ବୁଲୁଥିବାର ଦେଖିବାକୁ ପାଇ ଲକ୍ଷ୍ମଣ ଟୁଡ଼ୁ, ସୁଜାତା ମୁଣ୍ଡା ଓ ତୁଷାର ମହାନ୍ତ ପ୍ରମୁଖ ଦିନ ରାତି ଖାଇବାକୁ ଯୋଗାଇ ଦେଉଥିଲେ । ତେବେ ପାଗଳୀ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁ ଥିବାର ଦେଖି ତାକୁ ନିକଟସ୍ଥ ସ୍କୁଲ ଘରେ ଥଇଥାନ କରାଇ ମେଡ଼ିକାଲ ଚେକଆପ୍ ନିମନ୍ତେ ଡ଼ାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ପାଗଳୀ ମହିଳା ୪ ମାସର ଗର୍ଭବତୀ ରହିଥିବାର ଡ଼ାକ୍ତର ପ୍ରକାଶ କରିଥିଲେ । ଫଳରେ ଉକ୍ତ ପାଗଳି ମହିଳା କୌଣସି କାମୁକ ପୁରୁଷର ଶିକାର ପାଲଟି ଯାଇଥିବାର ଜଣାପଡ଼ିଥିଲା । ତେବେ ପାଗଳୀ ମହିଳା ଓ ତାର ପେଟରେ ଥିବା ସନ୍ତାନର ସୁରକ୍ଷା ଚିନ୍ତା କରି ଲକ୍ଷ୍ମଣ ଟୁଡ଼ୁ, ସୁଜାତା ମୁଣ୍ଡା ଓ ତୁଷାର ମହାନ୍ତ ନିଜସ୍ୱ ଖର୍ଚ୍ଚରେ ଆଜି ତାକୁ ନେଇ ଆସି ବାରିପଦା ୱାନ ଷ୍ଟପ୍ ସେଣ୍ଟରରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରି ଛାଡ଼ି ଦେଇଯାଇଥିଲେ । ତେବେ ଏହି ତିନି ଜଣ ସମାଜସେବୀଙ୍କର ସେବାମନୋବୃତ୍ତି ଓ ତ୍ୟାଗକୁ ଜନସାଧାରଣରେ ଉଚ୍ଛଶିତ ପ୍ରଶଂସା କରାଯାଇଥିବା ବେଳେ ପାଗଳୀକୁ ୪ ମାସର ଗର୍ଭବତୀ କରାଇଥିବା କାମୁକ ଓ ଲମ୍ପଟକୁ ଅଭିଶାପ ମଧ୍ୟ ଦେଇଥିଲେ । 

0
0
0
s2sdefault