ହେଡଲାଇନସ୍:

ଗୋଷ୍ଠୀ ସଂକ୍ରମଣ ଭୟ :  ୧ସପ୍ତାହ ସଟଡାଉନ ଘୋଷଣା କଲେ ସରପଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ଅନ୍ତର୍ଗତ ଶିଙ୍ଗାରପଲ୍ଲୀ ପଞ୍ଚାୟତର ବନ୍ତଳା ଓ ଶୁଣ୍ଢିଝୋଲା ଗ୍ରାମକୁ ଗୋଷ୍ଠୀ ସଂକ୍ରମଣ ଭୟରେ ୧ସପ୍ତାହ ପାଇଁ ସରପଞ୍ଚ ସୁରଥ ପ୍ରଧାନ ସଟଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ଗ୍ରାମରେ ମାଇକ ଯୋଗେ ପ୍ରଚାର କରାଯାଇଛି । ସୂଚନା ଅନୁସାରେ ବାହାଡାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରହୁଥିବା ବନ୍ତଳା, ଶିଙ୍ଗାରପଲ୍ଲୀ, ଶୁଣ୍ଢିଝୋଲା ଗ୍ରାମର ୩ଜଣ ପ୍ରବାସୀଙ୍କ ୧୪ଦିନର ଅବଧି ପୁରଣ ହୋଇଯିବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲା । ହେଲେ ଗୁରୁବାର ଦିନ ଏହି ସଙ୍ଗରୋଧ ଗୃହର ଆସିଥିବା ୬ଟି ପଜିଟିଭ ରିପୋର୍ଟରେ ସେହି ୩ଜଣଙ୍କର  ନାମ ରହିଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ୨ଦିନ ପୂର୍ବରୁ ଏହି ଗ୍ରାମକୁ ଯାଇଥିବା ଜଣେ ପ୍ରବାସୀ ଗାଁ ବାରିକ ଡକାଇ ଚୁଟିକାଟି ଗାଁର ସର୍ବସାଧାରଣଙ୍କ ପୋଖରୀରେ ବହୁ ସମୟ ଧରି ଗାଧୋଇଥିଲେ । ଏବଂ ସେହି ବାରିକ   ଗାଁରେ ଅନ୍ୟମାନଙ୍କର ମଧ୍ୟ ଚୁଟି କାଟିଥିଲେ । ଫଳରେ ସ୍ଥାନୀୟ ସରପଞ୍ଚ ଗୋଷ୍ଠୀ ସଂକ୍ରମଣ ଭୟରେ ଏହି ୨ଗ୍ରାମକୁ ସଟଡାଉନ ଘୋଷଣା କରିଥିବା ଜଣାଯାଇଛି । ପୂର୍ବରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ ସଙ୍ଗରୋଧ ଗୃହରେ ସମାନ ଧରଣର ଘଟଣା ପାଇଁ ପ୍ରଶାସନ ରାତିଅଧରେ ନାକେଦମ ହୋଇଥିଲେ ମଧ୍ୟ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ।

0
0
0
s2sdefault